ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ରକ୍ତଭଣ୍ଡାର ପରିସରରେ ସମ୍ବାଦ ଆମ ଓଡ଼ିଶା ଓ ଜାମଦା ଅଂଚଳର ସେଚ୍ଛାସେବୀ ଯୁବକଙ୍କ ମିଳିତ ଆନୂକୁଲ୍ୟରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Advertisment

ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ଯୁବ ସେଚ୍ଛାସେବୀ ଦେବାଶିଷ ମହାନ୍ତ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତ ଅଭାବରେ ଯେପରି କାହାର ଜୀବନ ଯିବ ନାହିଁ ତାହାକୁ ଦୃଷ୍ଟିରେ ରଖି ରକ୍ତଦାନ ଭଳି ମହାନ କାମ ପାଇଁ ସମସ୍ତ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କରିବା ପାଇଁ ଆହ୍ୱାନ ଦେଇଥିଲେ। 

ରକ୍ତଦାତା ମାନେ ହେଲେ ସୁଜାତା ମୁଣ୍ଡା, ଶେଖର ଦେଓ, ସତ୍ୟଜିତ୍ ପାତ୍ର, ଯଦୁନାଥ ନାଏକ, ତୁଷାରକାନ୍ତ ମହାନ୍ତ, ସୁରଜ କୁମାର ଗିରି, ସଂଜୟ କୁମାର ମହାନ୍ତ, ଚୈତନ୍ୟ ମାରାଣ୍ଡି, ବରୁଣ କୁମାର ମହାନ୍ତ, ଦେବାଶିଷ ମହାନ୍ତ, ମହେଶ୍ୱର ନାଏକ, ବିଜୟ କୁମାର ବାରିକ, ମନକୁମାର ହାଁସଦାଃ, ସନୁ କୁମାର ପାଲ୍‌, ଈଶ୍ୱର ମୁର୍ମୁ ପ୍ରମୁଖ। 

ଉକ୍ତ ଶିବିରରୁ ମୋଟ୍ ୧୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ଉକ୍ତ ଶିବିରକୁ ରକ୍ତଭଣ୍ଡାରର ଏଲଟି ଦବେବ୍ରତ ଗିରି ଓ ସୁମନ୍ତ ଗିରି ରକ୍ତ ସଂଗ୍ରହ କରିଥିଲେ। ଶେଷରେ ସମ୍ବାଦ ଆମ ଓଡ଼ିଶା ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।