ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା : ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠରେ ରକ୍ତଛିଟା ଯୋଗୁ ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ମହାପ୍ରଭୁଙ୍କ ଲାଗି ଲୁଗାଠାରୁ ବଦଳାଯିବାଠାରୁ ଆରମ୍ଭ କରି ଗର୍ଭଗୃହ, ଭିତରକାଠ ପାଣି ପଡ଼ି ଶୋଧ କରାଯାଇଛି। ଫଳରେ ଆଜି ପ୍ରାୟ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୬ଟା ୫୫ରେ ଭିତର କାଠରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। କେଉଁଠୁ ଭିତରକାଠକୁ ରକ୍ତଛିଟା ଆସିଲା ତାହା ଜଣାପଡ଼ିନାହିଁ। ଏହା ପରେ ସମସ୍ତ ନୀତି ବନ୍ଦ କରାଯାଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ଏହି ନୀତି ସକାଳ ୮ଟାରେ ଶେଷ ହୋଇଥିଲା। ଫଳରେ ସକାଳ ୬ଟା ୫୫ରୁ ସକାଳ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭିତର କାଠରେ ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଯଦି ଭିତରକାଠ, ଗର୍ଭଗୃହରେ ରକ୍ତଛିଟା ଅବା ଖଙ୍କାର ପଡ଼େ ସେ କ୍ଷେତ୍ରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥାଏ।

ସମ୍ବନ୍ଧିତ ଖବର