ପୁରୀ : ଶ୍ରୀମନ୍ଦିର ଭିତର କାଠରେ ରକ୍ତଛିଟା ଯୋଗୁ ଆଜି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଏ ନେଇ ଆଜି ନୀତି ବିଳମ୍ବ ହେବାରୁ ଭକ୍ତମାନେ ଆଜି ରାତିରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆଜି ରାତି ପ୍ରାୟ ୯ଟା ୧୦ରେ ଅର୍ଥାତ୍ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକ ଏହା ଦେଖିବା ପରେ ନୀତି ବନ୍ଦ ରଖାଯିବା ସହ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ଭିତର କାଠ, ଗର୍ଭଗୃହ ପାଣିପଡ଼ି ଶୋଧ କରାଯାଇଥିଲା। ମହାପ୍ରଭୁଙ୍କ ଏହି ମହାସ୍ନାନ ଯୋଗୁ ଆଜିଠାରୁ ଆରମ୍ଭ ହୋଇଥିବା କାର୍ତିକ ନୀତି ବିଳମ୍ବିତ ହୋଇଛି। ରାତି ପ୍ରାୟ ସାଢ଼େ ୧୦ଟାରେ ମହାସ୍ନାନ ଶେଷ ପରେ ନୀତି ସ୍ବାଭାବିକ ହୋଇଥିଲା। ଏଥି ପାଇଁ ଭକ୍ତମାନେ ପ୍ରାୟ ଦେଢ଼ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେବେ ଭିତର କାଠରେ କେଉଁଠୁ, କିପରି ରକ୍ତ ଆସିଲା ତାହା ସ୍ପଷ୍ଟ ହୋଇନାହିଁ। ଶୁଣିବାକୁ ମିଳିଛି କେହି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ସମୟରେ କାଚରେ ଗୋଡ଼ କଟି ଭିତର କାଠରେ ରକ୍ତ ଛିଟା ପଡ଼ିଥିଲା। ଏହା ଦେଖିବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି।
ଭିତରକାଠରେ ରକ୍ତଛିଟା : ମହାପ୍ରଭୁଙ୍କ ମହାସ୍ନାନ
/sambad/media/post_attachments/wp-content/uploads/2018/10/jagannath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)