କଟକ: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ୨୦୦ତମ ଜୟନ୍ତୀ ତଥା ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ‘ସିଡିଏ ଡିଏଭି ପବ୍ଲିକ୍ ସ୍କୁଲ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର ସିଡିଏ ଡିଏଭି ସ୍କୁଲ୍‌ ପରିସରରେ ଆୟୋଜିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷା ନମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ କଟକ ମେୟର୍‌ ସୁବାସ ଚନ୍ଦ୍ର ସିଂହ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ଓ ମୁଖ୍ୟ-ସହସଂପାଦକ ସଚ୍ଚିକାନ୍ତ ନାଥ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିଡିଏ ଡିଏଭି ପରିବାରର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ସୁପରିଚାଳନାରେ ଆୟୋଜିତ ଶିବିରରୁ ମୋଟ ୪୦୫ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଏହି ଅବସରରେ ସିଡିଏ ଡିଏଭି ଅଧ୍ୟକ୍ଷା ନମିତା ମହାନ୍ତି ସମସ୍ତ ରକ୍ତଦାତା ଓ ଅତିଥିମାନଙ୍କୁ ଔଷଧୀୟ ଚାରାବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବରିଷ୍ଠ ସାମ୍ବାଦିକ ଗଦାଧର ପଣ୍ଡା, ସୁଶାନ୍ତ କୁମାର ସ୍ବାଇଁ, ଜ୍ଞାନରଞ୍ଜନ ରାଉତରାୟ, କେ. ଯୋଗାନନ୍ଦ ଶିବିର ପରିଚାଳନାରେ ସହାୟତା କରିଥିଲେ।