କରୋନା ଯୋଦ୍ଧା ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ସ୍ମୃତିରେ ରକ୍ତଦାନ ଶିବିର,୫୮ୟୁନିଟ୍ ରକ୍ତ ସଂଗ୍ରହ

ନେମାଳ : ବରିଷ୍ଠ ସାମ୍ବାଦିକ ତଥା କରୋନା ଯୋଦ୍ଧା ଦେବେନ୍ଦ୍ର ସାମନ୍ତରାୟଙ୍କ ସ୍ମୃତିରେ ‘ସମ୍ବାଦ-ଆମ ଓଡ଼ିଶା ଓ ମା ଦକ୍ଷିଣକାଳୀ ସେବକ ସଂଘ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ୍‌ ବନ୍ଧକାଟିଆ ପଞ୍ଚାୟତର ହରିରାଜପୁର ନୋଡ଼ାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ସମାଜସେବୀ ରବୀନ୍ଦ୍ରନାଥ ତ୍ରିପାଠୀ ଶିବିରକୁ ଉଦ୍‌ଘାଟନ କରିଥିଲା। ପ୍ରାକ୍ତନ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ଦାସ, ସମାଜସେବୀ ପ୍ରଦୀପ୍ତ କୁମାର ପରିଡ଼ା, ବିଭୂତିଭୂଷଣ ଦ୍ବିବେଦୀ, ଯୁବନେତା ଜଗଦୀଶ ଦାସ, ପ୍ରାକ୍ତନ ସରପଞ୍ଚ ରତ୍ନାକର ମହାନ୍ତି, ରମେଶ ନାୟକ, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଟକସ୍ଥିତ କେନ୍ଦ୍ରୀୟ ରେଡ୍‌କ୍ରସ୍‌ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ସରୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏଲ୍‌ଟି ପୃଥିରାଜ ଉଦୟଭାନୁ, ସନ୍ଦୀପ୍‌ କୁମାର ସ୍ବାଇଁ, ସଂଯୋଜକ ଅବିନାଶ ଦାସ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ସ୍ବର୍ଗତ ସାମନ୍ତରାୟଙ୍କ ଝିଅ ଦିବ୍ୟାଶା ସାମନ୍ତରାୟ, ଭଉଣୀ ଅନ୍ନପୂର୍ଣ୍ଣା ସାମନ୍ତରାୟ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ନେମାଳ ‘ସମ୍ବାଦ’ ପ୍ରତିନିଧି କ୍ଷମାନିଧି ପୂଝାରୀ, ନିଶ୍ଚିନ୍ତକୋଇଲି ‘ସମ୍ବାଦ’ ପ୍ରତନିଧି ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଶିବିର ପରିଚାଳନା କରିଥିଲେ। କଟକ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାର ମୁଖ୍ୟ ଶାନ୍ତନୁ ବେହେରା, ନିକୁଞ୍ଜ ଜେନା, ଶୁଭଜିତ୍ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କିଶୋର କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସ୍ବର୍ଗତ ସାମନ୍ତରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର