ଭିତରକନିକା ପାଇଁ ବ୍ଲୁପ୍ରିଣ୍ଟ୍‌ : ଚାନ୍ଦବାଲି କସ୍ତୁରୀକଣଠାରେ ହେବ ଇକୋ ଟୁରିଜିମ୍‌ ସେଣ୍ଟର

ଚାନ୍ଦବାଲି : ଭିତରକନିକାର ଅନ୍ୟତମ ପ୍ରବେଶଦ୍ବାର ଚାନ୍ଦବାଲି କସ୍ତୁରୀକଣଠାରେ ହେବ ଇକୋ ଟୁରିଜିମ୍‌ ସେଣ୍ଟର। ଏଠାରେ ପର୍ଯ୍ୟଟକମାନଙ୍କ ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯାହାଦ୍ବାରା ଜାତୀୟଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ସୁବିଧାରେ ବୁଲିପାରିବେ ବୋଲି ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ରବିବାର ମଧ୍ୟାହ୍ନରେ ଉନ୍ନୟନ କମିଶନର ଶ୍ରୀ ମହାପାତ୍ରଙ୍କ ସହିତ ପର୍ଯ୍ୟଟନ ସଚିବ ସଚିନ୍‌ ରମେଶ ଯାଦବ, କେନ୍ଦ୍ରପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ, ଏପିଡି ରାଜେନ୍ଦ୍ର ପଣ୍ତା, ଚାନ୍ଦବାଲି ଡିଏଫଓ ପୂର୍ଣ୍ଣିମା ପି ପ୍ରମୁଖ କସ୍ତୁରୀକଣ ନଦୀପଠା ଓ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଇକରାପୁରଠାରେ ଥିବା ବିସ୍ତ୍ରୀର୍ଣ୍ଣ ଜମି ପରିଦର୍ଶନ କରିବା ସହ ପର୍ଯ୍ୟଟକମାନଙ୍କ ରହଣି କେନ୍ଦ୍ର ପାଇଁ ଭିତ୍ତିଭୂମି ବ୍ୟବସ୍ଥା ପରଖିଥିଲେ। ଇକୋ ଟୁରିଜିମ୍‌ ସେଣ୍ଟର ପାଇଁ ଖୁବଶୀଘ୍ର ସଂପୃକ୍ତ ଅଞ୍ଚଳରେ ସରକାରୀ ଜମି ଚିହ୍ନଟ କରିବାକୁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର।

ସମ୍ବନ୍ଧିତ ଖବର