ସିଲ୍‌ ହେଲା ଭୁବନେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ

କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ-୧୯ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ବା ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ | ଭୁବନେଶ୍ୱରର ମଂଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ବିଏମସି ପକ୍ଷରୁ ସିଲ କରାଯାଇଛି | ବିଏମସି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ କୋଭିଡ ୧୯ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ଏହି ହସ୍ପିଟାଲକୁ ସିଲ କରାଯାଇଛି |

ଜୁନ ୨୩ ସୁଦ୍ଧା ସମୁଦାୟ ୨୭ ଜଣ କରୋନା ପଜିଟିଭ ଏହି ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ | ସିଲ କରାଯିବା ସହ ଏହି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି |

ସମ୍ବନ୍ଧିତ ଖବର