ଭୁବନେଶ୍ବର : ସମବାୟ ବିଭାଗ ପକ୍ଷରୁ ଚଳିତ ବର୍ଷର ୧୬ଟି ଯୋଜନାର ବ୍ଲୁ ପ୍ରିଣ୍ଟ ଦାଖଲ କରିଛନ୍ତି ସମବାୟ ନିବନ୍ଧକ। ଏଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମାର ୬୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଯାହାକି ବର୍ତ୍ତମାନ ମଧ୍ୟ ଜାରି ରହିଛି। ଓଡ଼ିଶା ରାଜ୍ୟ ସମବାୟ ସଂଘ ପକ୍ଷରୁ ଓଡ଼ିଶା ସମବାୟ ୟୁନିଅନ ପ୍ରଶିକ୍ଷଣ ଏବଂ ସଚେତନତା ପାଇଁ ୪୦ ଲକ୍ଷ, ଦକ୍ଷତା ବୃଦ୍ଧି ପାଇଁ ୨ କୋଟି, ସମବାୟ ବିଭାଗର ୱେବପୋର୍ଟାଲ ଅପଗ୍ରେଡେସନ, ୱେବସାଇଟ୍ ପାଇଁ ୧ କୋଟି ୮୦ ଲକ୍ଷ, ଚିନି କଳ ପୁନରୁଦ୍ଧାର ଏବଂ ଅତ୍ୟାଧୁନିକ କରିବା ପାଇଁ ୧୫ କୋଟି ୯ ଲକ୍ଷ ୨୨ ହଜାର, କୃଷି ଋଣ ସୁଧ ଏବଂ ରିହାତି ପାଇଁ ୭୫୧ କୋଟି ୯୫ ଲକ୍ଷ ୯ ହଜାର, ବାଣିଜ୍ୟିକ ବ୍ୟାଙ୍କ କୃଷି ଋଣ୨୫ କୋଟି ୬୫ ଲକ୍ଷ ୩ ହଜାର, ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସରେ ଗୋଦାମ ନିର୍ମାଣ ପାଇଁ ୭ କୋଟି, ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅର୍ଥାତ ସରକାରୀ ଯୋଜନା ସଚେତନତା ପାଇଁ ୧ କୋଟି ୩୫ ଲକ୍ଷ, ନୂତନ କୋଠା ନିର୍ମାଣ ପାଇଁ ୧ କୋଟି ୬୮ ଲକ୍ଷ, ୱେରହାଉସ ଭିତ୍ତିଭୂମି ଅଭିବୃଦ୍ଧି ପାଇଁ ୧୨ କୋଟି ୫୦ ଲକ୍ଷ, କାଳିଆ ଯୋଜନା ପାଇଁ ୧୦୫ କୋଟି ୩ ଲକ୍ଷ ୬୪ ହଜାର, ଉତ୍କଳ ଗୌରବ ମଧୁସୂଦନ ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ଦିଆଯାଇଛି। ୨୦୨୪ ମସିହା ସ୍ମାରକୀ ହଲ ନିର୍ମାଣ ସମାପ୍ତର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସମବାୟ ବିଭାଗର ୧୬ ଯୋଜନାର ବ୍ଲୁ ପ୍ରିଣ୍ଟ ଦାଖଲ
/sambad/media/post_attachments/wp-content/uploads/2023/01/co-operative-department.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)