ଭୁବନେଶ୍ୱର: ସୋମବାର ଦିନ ଜନ ଅଭିଯୋଗ ବୈଠକ ସମୟରେ ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ମଙ୍ଗଳବାର ସଫେଇ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି।

Advertisment

କେତେକ ୱାର୍ଡର ସଫେଇ କର୍ମଚାରୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। ସେମାନେ କଳା ବ୍ୟାଚ ପିନ୍ଧଥିଲେ।ଗତକାଲିର ମାଡ଼ ଅଭିଯୋଗରେ ପ୍ରତିବାଦ କରିଥିଲେ।

କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ରାଜନୈତିକ ନେତାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରହିଛି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ  ୩ ଜଣ ନୁହେଁ ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ  ସରକାର ନିଅନ୍ତୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ତାଲିବାନି ଶାସନ ରାଜ୍ୟରେ ଚାଲିବ ନାହିଁ।  ଘଟଣା ପଛର ମାଷ୍ଟର ମାଇଣ୍ଡକୁ ଖୋଜି ଧରିବା ଦରକାର ବୋଲି ମେୟର ଦାବି କରିଛନ୍ତି। 

ବିଏମ୍‌ସିରେ ସରକାରୀ ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ  ସହିତ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି।  କମିସନରଙ୍କୁ ଭେଟି ସେମାନେ ସୁରକ୍ଷା ଲୋଡିଛନ୍ତି। ବିଏମ୍‌ସି ଅଫିସରେ ସୁରକ୍ଷା ବଢିଛି। ଆଗକୁ ଏଭଳି ଘଟଣା ନ ଘଟେ ସେଥିପ୍ରତି ଗୁରୁତ୍ବ ଦିଆଯିବ। 

ଅନ୍ୟ ଅଭିଯୁକ୍ତଙ୍କୁ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗକୁ  ଯେମିତି ଏ ଘଟଣା ନ ଘଟିବ ସେ‌ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କର‌ାଯାଉଛି ବୋଲି ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି। ବିଏମ୍‌ସି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଦି କରାଯାଇଛି। ଏହା ଅତ୍ୟନ୍ତ  ଦୁର୍ଭାଗ୍ୟଜନକ ଘଟଣା ବୋଲି ବିଏମ୍‌ସି କମିସନର କହିଛନ୍ତି। ଦୁର୍ଘଟଣା ପଛର କାରଣ କଣ ତାର ଯାଞ୍ଚ ହେବ ବୋଲି କମିସନର କହିଛନ୍ତି।

Bhubaneswar Municipal Corporation (BMC)