ଗୋଟିଏ ଦିନରେ ରାଜଧାନୀରୁ ପୁଣି ଜଣେ କରୋନା ପଜିଟିଭ୍, କଟକରୁ ୩ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର/କଟକ : ଗୋଟିଏ ଦିନରେ ରାଜଧାନୀରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ୭ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ନୂତନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୭୩ ବର୍ଷ ବୟସ୍କ ସ୍ଥାନୀୟ ସଂକ୍ରମିତ ଓ ତାଙ୍କ ଘର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ଦିଆଯାଇଛି।

୭ଜଣ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ୪, ୨୯, ୪୭ ଓ ୨୯ ବର୍ଷର ପୁରୁଷ ଥିବା ବେଳେ ୩୧, ୩୦ ଓ ୨୫ ବର୍ଷର ୩ ମହିଳା ଅଛନ୍ତି।
ରାଜଧାନୀରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୫ରେ ପହଞ୍ଚିଛି। ତହିଁରୁ ୯୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୮୮ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଛି।

ଏଣେ କଟକ ମହାନଗରରେ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ କରାଯାଇ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପେଡ୍ କ୍ୱାରେଣ୍ଟାଇନ୍ କେନ୍ଦ୍ରର ୪୨ ବର୍ଷ ପୁରୁଷ ଓ ୩୫ ବର୍ଷର ମହିଳା। ଉଭୟ ମୁମ୍ବାଇରୁ ଫେରିଥିବାର ସୂଚନା ମିଳିଛି। କ୍ୟାଣ୍ଟନମେଣ୍ଟ ଅଞ୍ଚଳର ୬୫ ବର୍ଷର ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେ ଜଣେ ଦିଲ୍ଲୀ ଫେରନ୍ତା। ଏବେ କଟକ ମହାନଗରରେ ମୋଟ୍ ୨୯ଜଣଙ୍କ ଭିତରୁ ୨୧ଜଣ ସୁସ୍ଥ ହୋଇଥିବା ବେଳେ ୮ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର