ତିନି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିିହାସ ସଂପର୍କରେ ସୂଚନା ଦେଲେ ବିଏମସି କମିସନର, ରାଜ୍ୟ ବାହାରୁ ସଂକ୍ରମଣ ହୋଇଥିବା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ତିନି ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବା ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ଏହି ତିନି ଆକ୍ରାନ୍ତଙ୍କ ସଂକ୍ରମଣ ରାଜ୍ୟ ବାହାରୁ ହୋଇଥିବା ଅନୁମାନ କରାଯାଉଛି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ଭୁବନେଶ୍ବର ସୂର୍ଯ୍ୟନଗରରୁ ଚିହ୍ନଟ  ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପଞ୍ଚମ କରୋନା ଆକ୍ରାନ୍ତଙ୍କ ଝିଅ କୋଲକାତା ଯାଇଥିଲେ । ସେଠାରେ  ୪ ରହିବା ପରେ ଘରକୁ ଫେରିଥିଲେ। ଗତକାଲି ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଏଣୁ  ବାହାର ରାଜ୍ୟରୁ ତାଙ୍କର ସଂକ୍ରମଣ ଆଶଙ୍କା କରାଯାଉଛି।

ସେହିପରି ରାଜଧାନୀ ଭୁବନେଶ୍ୱରର ବମିଖାଲରୁ ଚିହ୍ନଟ .ହୋଇଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତଙ୍କ ବାପା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଯାଇଥିଲେ ବୋଲି ଜଣାପଡ଼ିଛି।

ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଜଣେ ଡାକ କର୍ମଚାରୀ । ସେ ଭୁବନେଶ୍ୱରରେ ଏକ ପୋଷ୍ଟ ଅଫିସରେ କାର୍ଯ୍ୟରତ । ସୂଚନା ଅନୁସାରେ ବିଜେବିନଗର ସବପୋଷ୍ଟ ଅଫିସରେ ଏହି ବ୍ୟକ୍ତି ଜଣକ ପୋଷ୍ଟମ୍ୟାନ ଥିଲେ । ଗୌତମ ନଗର ଓ ବିଜେବି ନଗର ଅଂଚଳରେ ଚିଠି ବାଣ୍ଟୁଥିଲେ । ଏହି ବ୍ୟକ୍ତି ଜଣକ କିଛି ଦିନ ପୂର୍ବରୁ ଦିଲ୍ଲୀ ଯାଇଥିଲେ । ତେଣୁ ଗୌତମ ନଗର ଅଂଚଳରେ ଯେଉଁମାନେ ଡାକ ଚିଠି ପାଇଛନ୍ତି, ସେମାନେ କ୍ୱାରେଣ୍ଟାଇନରେ ରହିଲେ ଭଲ ବୋଲି ପରାମର୍ଶ ଦେଇଛନ୍ତି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ।

ସମ୍ବନ୍ଧିତ ଖବର