ଭୁବନେଶ୍ବର: ସପିଂ ମଲ୍‌ଗୁଡିକରେ ପାର୍କିଂ ଫି ଆଦାୟ ନେଇ ବିଏମସି କମିସନର ଚଞ୍ଚଲ ରାଣା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମଲରେ ଆଦାୟ ହେଉଥିବା ପାର୍କିଂ ବାବଦକୁ ଟଙ୍କା ନିୟମ ନାଁ ନିୟମ ନୁହେଁ କହି ହେବ ନାହିଁ। ଏହି ପ୍ରସଙ୍ଗରେ ଆମେ ଏଯାଏଁ କୌଣସି ନିଷ୍ପତ୍ତି ନେଇ ନାହୁଁ। ଆଗକୁ ଆଲୋଚନା ପରେ ନିଷ୍ପତ୍ତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ। ଆଗକୁ ଦେଖିବୁ କ’ଣ କରାଯାଇ ପାରିବ। ଲୋକେ ପାର୍କିଂର ସୁବିଧା ପାଇବେ। କିନ୍ତୁ ପାର୍କିଂର ଦୁର୍ବ୍ୟବହାର କିପରି ନ ହେବ ସେ ଦିଗକୁ ଦେଖି ନିୟମ ଆଣିବୁ। 

Advertisment


ବିଏମ୍‌ସି କମିସନର କହିଛନ୍ତି, କୌଣସି ନିର୍ଦ୍ଧିଷ୍ଟ ନିୟମ ମୁଁ ଜାଣି ନାହିଁ। ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ଜଜମେଣ୍ଟ ରହିଛି। ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଭିନ୍ନଭିନ୍ନ ରାୟ ରହିଛି। କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇକୋର୍ଟ କିଛି ଜାଗାରେ ସୁପ୍ରିମକୋର୍ଟଙ୍କ ରାୟ ଏହା ଉପରେ ରହିଛି। ଏ ବାବଦରେ ବିଡ଼ିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ ଦେଇଛନ୍ତି। ଏ ସବୁ ଉପରେ ନଜର ଦେଇ ଆମେ ସନ୍ତୁଳନ ରଖିବୁ। ଯାହା ଏଫ୍‌ଆଇଆରରେ ନାହିଁ ତାହା ବ୍ୟବସାୟ ପାଇଁ ନୁହେଁ। ସେଠୁ ୧୦୦% ପାର୍କିଂ ଫି ନିଆଯାଇପାରିବ ନାହିଁ।

ପାର୍କିଂ ଜାଗାର ଦୁର୍ବ୍ୟବହାର ଯେମିତି ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବୁ। ଏ ସବୁ ଦିଗକୁ ଆଲୋଚନା କରିବା ପରେ ଯାହା ରାଜଧାନୀର ପାର୍କିଂ ବ୍ୟବସ୍ଥା ପାଇଁ ସବୁଠାରୁ ଭଲ ହେବ ସେ ଅଞ୍ଚଳ ପାଇଁ ଯାହା ଭଲ ହେବ ସେହି ଅନୁସାରେ ନିଷ୍ପତ୍ତି ହେବ।

-ଚଞ୍ଚଳ ରାଣା, କମିସନର, ବିଏମ୍‌ସି 

ସେ କହିଛନ୍ତି, ବିଭିନ୍ନ ଜାଗାରେ କୋର୍ଟରେ ବିଭିନ୍ନ ମତାମତ ରହିଛି। ତେଣୁ କେଉଁଟା ଠିକ କେଉଁଟା ଭୁଲ ଏବେ କହି ହେବ ନାହିଁ। ମଲଗୁଡ଼ିକ ଯିଏ ଏବେ ପାର୍କିଂ ଫି ନେଉଛନ୍ତି ତାହା ଆଇନ ସଙ୍ଗତ କି ନୁହେଁ କହିହେବ ନାହିଁ। ଆମ ଏଫ୍‌ଆଇଆରରେ ତାହାକୁ ଗଣା ଯାଇନାହିଁ। ତେଣୁ ଏହା ଫ୍ରି ରହିବା କଥା। କିନ୍ତୁ ଫ୍ରି ଥିବା ଜାଗାର ବହୁ ଦୁର୍ବ୍ୟବହାର ହୁଏ। ବିଭିନ୍ନ ମଲ୍ ମାଲିକଙ୍କ ସହ ଆଲୋଚନା କରାଯାଇଛି। ପାର୍କିଂ ଦାୟିତ୍ୱରେ ଥିବା ଲିଗାଲ ଅଥରିଟିଙ୍କ ସହ ଆଲୋଚନା କରିବା ପରେ ଏ ବାବଦରେ ନିଷ୍ପତ୍ତି ନେବୁ। ଯେଉଁଠି ଆଦାୟ ହେଉଛି ସେ ବାବଦରେ ଆମେ ଅବଗତ ଅଛୁ। ଆମେ ଦେଖୁଛୁ ଆଗାମୀ ଦିନରେ କଣ କରି ହେବ। 

Bhubaneswar