ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ: ଭୁବନେଶ୍ୱରରୁ ଚିହ୍ନଟ ହେଲେ ୮୭୧ କରୋନା ଆକ୍ରାନ୍ତ, ୧୦୭୩ଜଣ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଅନେକ ଦିନର ବ୍ୟବଧାନ ପରେ ଏବେ ତଳମୁହାଁ ହେଉଛି କରୋନା ମିଟର | ଗତ କିଛି ଦିନ ହେବ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏବେ ତାହା କମ ହେବାରେ ଲାଗିଛି | ଆଜି ଭୁବନେଶ୍ୱରରୁ ୮୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି | ଆଜି ଭୁବନେଶ୍ୱରରେ ୧୦୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Image

୮୭୧ମଧ୍ୟରୁ ସଂଗରୋଧରୁ ୧୮୨ ଓ ସ୍ଥାନୀୟ ଅଂଚଳରୁ ୬୮୯ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

Image

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ୯୭୨ରେ ପହଂଚିଛି । ଏଥିରୁ ୬୧ହଜାର ୯୭୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧ ହଜାର ୬୪୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି

ସମ୍ବନ୍ଧିତ ଖବର