ଭୁବନେଶ୍ବର: କରୋନା ସଂକ୍ରମଣରୁ ରକ୍ଷା ଲାଗି ପୂରା ଜୋର ଲଗାଇ ଦେଇଛନ୍ତି ରାଜ୍ୟ ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି । ରାଜଧାନୀ ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପାର୍କକୁ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ।
As a precautionary measure against #COVID19, to avoid congregation, BMC has issued an order for closure of all parks in the city.
It is requested to maintain #SocialDistancing. #BeSafe#BeAwarepic.twitter.com/nh6JzODoYJ
— BMC (@bmcbbsr) March 21, 2020
ଠକ୍ ସେହିପରି କଟକରେ ଥିବା ସମସ୍ତ ପାର୍କକୁ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ଜଣାଯାଇଛି। କରୋନାର ମୁକାବିଲା ପାଇଁ ପୂର୍ବରୁ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କ ଗୁଡିକୁ ଦିନ ୨ଟା ପରେ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲା । ତେବେ ପରିସ୍ଥିତିକୁ ନଜରରେ ରଖି ପାର୍କଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି।କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ସତର୍କତା ଓ ସଚେତନତା ବଡ଼ ଅସ୍ତ୍ର ପାଲଟି ଥିବାରୁ ଏହା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର ।
ସେହିପରି କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଥିବା ବେଳେ ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଣ୍ଟ୍, କଫି ସପ୍, ବାର୍, କ୍ୟାଣ୍ଟିନ୍ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ହୋଟେଲକୁ ସାମାଜିକ ଦୂରତ୍ୱ ବଜାୟ ରଖିବା ନିର୍ଦେଶ ଦିଆଯାଇଛି ।