ଭୁବନେଶ୍ବର:ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ କୁକୁର ଗଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ ବୁଲତ କୁକୁର ଗଣଡ଼ା କରିଛନ୍ତି।
ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ଆଜିଠାରୁ ଆରମ୍ଭ ହୋଇଛି ବୁଲା କୁକୁର ଗଣନା । ବିଏମ୍ ସି ପକ୍ଷରୁ ସମୁଦାୟ 67 ଟି ଓ୍ୱାର୍ଡରେ ଏକ କାଳୀନ ଗଣନା କରାଯାଉଛି । ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବୁଲା କୁକୁର ଗଣନା କାର୍ଯ୍ୟରେ ୪୧୦ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭୋର… pic.twitter.com/Vr1Gmrcug1
— BMC (@bmcbbsr) September 18, 2025
ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟ କରିଛନ୍ତି। ଭୋର୍ ୫ଟାରୁ ସକାଳ ୭ଟା ଯାଏଁ କୁକୁର ଗଣନା କରାଯାଇଛି। ଡିଟେଲ ସର୍ଭେ ମେଥଡରେ ଗଣନା କରାଯାଇଛି।
ଆରମ୍ଭ ହେଲା ବୁଲା କୁକୁର ଗଣନା ।
— BMC (@bmcbbsr) September 18, 2025
ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ବି ଏମ୍ ସି ତରଫରୁ ଭୋର୍ 5 ଘଟିକାରୁ ସକାଳ 7 ଘଟିକା ଯାଏଁ ବୁଲା କୁକୁର ଗଣନା ଆରମ୍ଭ ହୋଇଯାଇଛି l#StreetDogCensus#AnimalBirthControl#DogCensusBhubaneswarpic.twitter.com/AOGF3AAhcx
ଏକକାଳୀନ ୬୭ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବିଏମସିର ୪୧୦ କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ ବୋଲି ଯୋଜନା କରାଯାଇଛି। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର କୁକୁର ଗଣନା କାର୍ଯ୍ୟ ଜାରି ରହିବ ବୋଲି ବିଏମସିର ପ୍ରାଣି ଚିକିତ୍ସକ ଡ଼ ପ୍ରଶାନ୍ତ କୁମାର ସିକା ସୂଚନା ଦେଇଛନ୍ତି।