ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ, ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୩

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି କୁହାଯାଇଛି | ଏମାନଙ୍କ ଭିତରୁ ଚନ୍ଦ୍ରଶେଖରପୁରରୁ ଜଣେ ୨୮ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ହାଇଦ୍ରାବାଦ ଫେରନ୍ତା।
ଆଉ ଜଣେ ଡୁମଡୁମା ଅଞ୍ଚଳର ୨୯ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ଦିଲ୍ଲୀ ଫେରନ୍ତା ବୋଲି ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି | ଅପରପକ୍ଷରେ ପଟିଆ ଅଞ୍ଚଳରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କର ବୟସ ୩୪ ବର୍ଷ ଓ ସେ ଜଣେ ପୁରୁଷ। ଆରଜଣକ ୨୬ ବର୍ଷୀୟା ମହିଳା।

ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି |


ରାଜଧାନୀରେ ଏବେ ସୁଦ୍ଧା ୯୩ଟି ପଜିଟିଭ ମାମଲା ରହିଥିବା ବେଳେ ୫୩ ଜଣ ସୁସ୍ଥ ହୋଇସାରିଛନ୍ତି | ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର