ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି: ମାସ୍କ ଏବଂ ଗ୍ଲୋଭସ୍ ନ ପିନ୍ଧିଲେ ସଫେଇ କର୍ମଚାରୀଙ୍କୁ ଦିଆଯିବ ନାହିଁ ଉପସ୍ଥାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଗତ ଦୁଇ ମାସ ହେବ ରାତି ସମୟରେ ୧୪୦୦ ସଫେଇ କର୍ମଚାରୀ କାମ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବାଧ୍ୟ କରାଯାଇଛି। ଏନେଇ ବ୍ରହ୍ମପୁର ମହାନଗର ନିଗମର କମିସନର୍ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି ଯେ ଯଦି ସଫେଇ କର୍ମଚାରୀମାନେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧନ୍ତି ନାହିଁ ତେବେ ସେମାନଙ୍କୁ ଉପସ୍ଥାନ ଦିଆଯିବ ନାହିଁ | ସେ ଆହୁରି ମଧ୍ୟ କହିଛନ୍ତି ,‘ଯଦି ଆମେ ସହରର୪ ଲକ୍ଷ ଲୋକଙ୍କ ଯତ୍ନ ନେଇପାରିବା, ତେବେ ଆମେ ନିଶ୍ଚିତ ଭାବରେ ଆମର ୧୪୦୦ କର୍ମଚାରୀଙ୍କ ଯତ୍ନ ନେଇପାରିବା |’

ଏବେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ଦିଆଯାଉଛି। ବ୍ରହ୍ମପୁର ନଗର ନିଗମ ପାଖରେ ଯଥେଷ୍ଟ ପରିମାଣରେ ମାସ୍କ ଏବଂ ଗ୍ଲୋଭସ୍ ଥିବା ଜଣାଯାଇଛି। ଏହାକୁ ନେଇ ସଫେଇ କର୍ମଚାରୀମାନଙ୍କ ଭିତରେ ସଚେତନତା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର