ଭୁବନେଶ୍ୱରରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬ରେ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି | ଏମାନଙ୍କ ଭିତରୁ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ତାଙ୍କର ଘର ଡୁମଡୁମା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଜଣେ ୪୮ ବର୍ଷିୟ ପୁରୁଷ । ସେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିବାର ସୂଚନା ଦିଆଯାଇଛି।

image source-cdc

ଅନ୍ୟ ଦୁଇଜଣ ହେଲେ ଭୀମପୁରର ୨୭ ବର୍ଷିୟ ଓ ଭରତପୁରର ୩୬ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ । ନିକଟରେ ଉଭୟ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ଥିଲେ । ବର୍ତ୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡ଼ୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୪୨ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର