ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ ବୋଲି ଏଥିରେ କୁହାଯାଇଛି। ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।
ଏମାନଙ୍କ ଭିତରେ ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ, ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀ ଥିବା ଜଣାଯାଇଛି। ୪ ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି। ଏହାଛଡ଼ା ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷିୟ ପୁରୁଷ କର୍ମଚାରୀ ବି ସଂକ୍ରମିତ ହେଇଛନ୍ତି। ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ବାଳକ ଜଣକ ଅନ୍ୟ ଜିଲ୍ଲାର ବାସିନ୍ଦା ହୋଇଥିଲେ ହେଁ ଗତ ୧୧ ତାରିଖରେ ସେ ଭୁବନେଶ୍ବର ଆସିଥିଲେ।
Update on newly detected & cured #COVID19 cases in the last 24 hrs under the BMC area on 20 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/6oZbWc33hJ— BMC (@bmcbbsr) June 20, 2020
ଅପରପକ୍ଷରେ ଡୁମଡୁମା ସୁବାସ ନଗର ବସ୍ତିରୁ ୨୪, ୧୯, ୩୮, ୧୮ ଓ ୧୫ ବର୍ଷିୟ ୫ଜଣ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଆଜି ଭୁବନେଶ୍ବରର ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ତେବେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଛି।