ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟ୍ୟାକ୍ସ କଲେକ୍ଚର

ଭୁବନେଶ୍ବର: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ। ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି।

ସେଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଚାଲିଛି। ଯୋଗେନ୍ଦ୍ର ପ୍ରଧାନ ଜଣେ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯିଏକି ବିଏମସିରେ ଏବେ ବି କାର୍ଯ୍ୟରତ।

ସମ୍ବନ୍ଧିତ ଖବର