ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର: ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ମେୟର ପଦ ସଂରକ୍ଷିତ ରଖାଯାଇଛି। ପ୍ରଥମଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିିଳିିବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନଠାରୁ ଏପର୍ଯ୍ୟନ୍ତ କୌଣସି ମହିଳା ମେୟର ହୋଇ ନାହାଁନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । କଟକ ମହାନଗର ନିଗମ ପଦ ଅଣସଂରକ୍ଷିତ ରହିଛି। ମହାନଗର ଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ନେଇ  ଆପତ୍ତି ଥିଲେ ୧୫ ଦିନ ମଧ୍ୟୟରେ ଜଜଣାଇବାକୁ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହେବା ପୂର୍ବରୁୁ ରାଜନୈତିକ ନେତାମାନେ ଅନେକ କଳ୍ପନାଜଳ୍ପନା କରୁଥିଲେ। ଏଥର ବିଏମ୍‌ସିକୁ ମହିଳା ମେୟର ମିଳିବ ବୋଲି କିଛି ନେତା ଆଶା ମଧ୍ୟ କରୁଥିଲେ। ଆଉ ଏଭଳି ଚିନ୍ତା କରୁଥିବା ରାଜନୈତିିକଙ୍କ ସମୀକ୍ଷା ସତରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର