ଘରର ଅଳିଆ ବାହାରେ ପକାଇଥିଲେ, ସେହି ଅଳିଆକୁ ଉଠାଇ ଘରେ ଭର୍ତ୍ତି କଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ଯେସାକୁ ତେସା । ପୁରୁଣା ଭୁବନେଶ୍ୱର ଅଂଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ , ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଛନ୍ତି ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ଫୋପାଡି ଦେଇଛନ୍ତି ବିଏମସି ଅଧିକାରୀ ।

ପୁରୁଣା ଭୁବନେଶ୍ୱରର ରଥରୋଡ ସ୍ଥିତ ଦୋକାନରେ ଘଟିଛି ଏହି ଘଟଣା । ବିଏମସି କମିଶନରଙ୍କ ନିର୍ଦ୍ଦେଶରେ ଏହା କରାଯାଇଥିଲା । ସେହି ବ୍ୟବସାୟୀଙ୍କୁ ବୁଦ୍ଧି ଶିଖେଇବା ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି । ଆଜି ସକାଳେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ ଆକସନ ମୁଡରେ ଆସିଥିଲେ ବିଏମସି କମିଶନର ।

ଏକାମ୍ର କ୍ଷେତ୍ରରେ ସଫେଇ କରିବା ସହ ଜବରଦଖଲ ଉଚ୍ଛେଦ ଓ ପ୍ଲାଷ୍ଟିକ ଜବତ କରିଛନ୍ତି କମିଶନର । ଲିଙ୍ଗରାଜ ମନ୍ଦିରରୁ ମାଉସୀମା ଛକ- ୨କିଲୋମିଟର ଚାଲି ଚାଲି ରାସ୍ତା ଉପରେ ଘରୋଇ ଉପକରଣ ଅଳିଆ ଆବର୍ଜନା ନେଇ ତାଗିଦ କରିଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସକଙ୍କ ମଧ୍ୟରେ ବଚସା ମଧ୍ୟ ଦେଖିବାକୁ ମିଳିଥିଲା । ତଥାପି ରାସ୍ତାକୁ ଅବରୋଧ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର ।

ସମ୍ବନ୍ଧିତ ଖବର