କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ୨୦୨୦ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। କୋଭିଡ-୧୯ ପରିସ୍ଥିତି ଯୋଗୁଁ ପରୀକ୍ଷାଫଳ ପ୍ରକାଶନରେ ପାଖାପାଖି ୨ ମାସ ବିଳମ୍ବ ହୋଇଛି। କିନ୍ତୁ ପରୀକ୍ଷାଫଳ ପୂର୍ବ ବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି।

Advertisment

ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି ଯେ, ଅନ୍‌ଲାଇନ୍‌ରେ ରି ଆଡିସନ ଓ ରି ଚେକିଂ ପାଇଁ ଆବେଦନ ଅଗଷ୍ଟ ୬ ତାରିଖରୁ ଏକ ମାସ ପର୍ଯ୍ୟନ୍ତ ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର କୌଣସି ସମସ୍ୟା ଥିଲେ ଅଥବା ଜାଣିବାକୁ ଚାହୁଁଥିଲେ, ସେଥିପାଇଁ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସହାୟତା ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ଅଥବା ଅଭିଭାବକ ୦୬୭୧- ୨୪୧୨୦୫୯ ଅଥବା ୦୬୭୧-୨୪୧୨୦୬୦ ନମ୍ବରରେ ଫୋନ କରି ପରାମର୍ଶ ପାଇ ପାରିବେ ବୋଲି ଏହି ସୁବିଧା ସମସ୍ତ କାର୍ଯ୍ୟ ଦିବସରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ୪ଟା ଯାଏ ଉପଲବ୍ଧ ହେବ।

ଅଗଷ୍ଟ ୬ରୁ ଅନ୍‌ଲାଇନ୍‌ରେ‌ ଚେକିଂ-ଆଡିସନ୍‌ ଆବେଦନ
କଟକ : ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟର ନମ୍ବରକୁ ନେଇ ସନ୍ଦେହ ରହୁଛି, ସେମାନେ ଆସନ୍ତା ଅଗଷ୍ଟ ୬ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚେକିଂ-ଆଡିସନ ପାଇଁ ଅନଲାଇନରେ ଆବେଦନ କରିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.inରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି। ଅନ୍ୟପଟେ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ଛାତ୍ରଛାତ୍ରୀମାନେ ବୋର୍ଡ କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଫର୍ମରେ ଏଥିପାଇଁ ଆବେଦନ କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟେକ ବିଷୟର ଉତ୍ତରଖାତା ଚେକିଂ ପାଇଁ ଶହେ ଟଙ୍କା ଦେବାକୁ ପଡିବ। ଜେରକ୍ସ କପି ପାଇବାକୁ ଥିଲେ ବିଷୟ ପିଛା ଉତ୍ତରଖାତାକୁ ୨ଶହ ଟଙ୍କା ‌ଦାଖଲ କରିବାକୁ ପଡ଼ିବ।