କଟକ : ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକ ପରେ ମାଟ୍ରିକ ଫଳ ପ୍ରକାଶ ପାଇବ। ବୈଠକରେ ମାଟ୍ରିକ୍ ପରୀକ୍ଷା ସମୟରେ ବିଭ୍ରାଟ ହୋଇଥିବା ୪ଟି କେନ୍ଦ୍ରର ୭୮୩ ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ପରୀକ୍ଷା କମିଟି ବୈଠକ ବସିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କିଛି ଚୂଡାନ୍ତ ହୋଇପାରିନଥିଲା। ଏଥିପାଇଁ ଏବେ ବି ୭୪୩ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଆଶଙ୍କାରେ ରହିଛନ୍ତି। ମାଟ୍ରିକର ଇଂରାଜୀ ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲା ପି.ଆର.ହାଇସ୍କୁଲ ଓ କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଗୋପୀନାଥପୁର କୃପାସିନ୍ଧୁ ହାଇସ୍କୁଲ କେନ୍ଦ୍ରରେ ବ୍ୟାପକ କପି ପାଇଁ ଇଂରାଜୀ ପରୀକ୍ଷା ବାତିଲ ହୋଇଥିଲା। ଏଥି ପାଇଁ ବଲାଙ୍ଗୀର ଘୁଣସର ନୋଡାଲ ହାଇସ୍କୁଲ କେନ୍ଦ୍ରର ୨୨୨ ଜଣ, ଢ଼େଙ୍କାନାଳ ପି.ଆର. ହାଇସ୍କୁଲ କେନ୍ଦ୍ରର ୨୨୬ ଜଣ ଓ କଟକ ଜିଲ୍ଲା ଗୋପୀନାଥପୁର କୃପାସିନ୍ଧୁ ହାଇସ୍କୁଲ କେନ୍ଦ୍ରର ୨୨୭ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଥିଲେ। ଏହା ବ୍ୟତୀତ ମାଲ୍କାନାଗିରି ଜିଲ୍ଲା ଏସ୍ଏସ୍ଡି ହାଇସ୍କୁଲ କେନ୍ଦ୍ରର ଗଣିତ ବିଷୟର ୧୦୮ଟି ଓଏମ୍ଆର୍ ଫର୍ଦ୍ଦ ହଜିଯାଇଥିଲା। ଏହି ୪ଟି କେନ୍ଦ୍ରର ୭୮୩ ପରୀକ୍ଷାର୍ଥୀଙ୍କ ବିଷୟରେ ଆସନ୍ତାକାଲି ପରୀକ୍ଷା କମିଟିରେ ଆଲୋଚନା କରାଯିବା ପରେ ସେମାନଙ୍କ ଫଳ ପ୍ରକାଶ ପାଇବ କି ନାହିଁ ଜଣାପଡ଼ିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଜି ସୂଚନା ଦେଇଛନ୍ତି।
ବୋର୍ଡ ପରୀକ୍ଷା କମିଟି ବୈଠକ ଆଜି, ୭୮୩ ପରୀକ୍ଷାର୍ଥୀଙ୍କ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି
/sambad/media/post_attachments/wp-content/uploads/2019/05/board-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)