କଥା ଦେଇ କଥା ରଖିଲେ ନାରାୟଣପୁର ବ୍ଲକ୍ ଅଧ୍ୟକ୍ଷ, ସୀମାନ୍ତ ଗ୍ରାମବାସୀଙ୍କୁ ଦେଲେ ୪ ମାସର ରାସନ ସାମଗ୍ରୀ

ନାରାୟଣପାଟଣା: କଥା ଦେଇ କଥା ରଖିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ। ସେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଲଙ୍ଗଳବେଡା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟୀ ହୋଇ ଆସିଥିଲେ। ଏହି ପଞ୍ଚାୟତ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ବେଳେ ସୀମାରେ କାସ୍ପାବାଲସା, ପିକେ ଭଦ୍ରା, ସିକେ ଭଦ୍ରା, ପାନ୍ଦିରି ୱ।ଲସା, ତେନ୍ତୁଳିଗୁଡା, ହୁକୁମପେଟା, ଦଳେଇପେଟା ଆଦି ଆଠ ଖଣ୍ଡ ଗାଁ ରହିଛି। ଏହି ଗ୍ରାମବାସୀ ମାନଙ୍କୁ ମୁଁ ନିର୍ବାଚନରେ ଜିତିଲେ କାସ୍ପାବାଲସା ହାଟରେ ଉକ୍ତ ଆଠ ଖଣ ଗାଁର ଲୋକଙ୍କୁ ପିଡିଏସ୍ ଚାଉଳ ଯୋଗାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ପ୍ରତିଶ୍ରୁତି ମୁତାବକ ଆଜି ସୋମବାର କାସ୍ପାବାଲସା ହାଟରେ ଲୋକଙ୍କୁ ୪ମାସ ଲେଖାଏଁ ପିଡିଏସ ଚାଉଳ ଯୋଗାଇ ଦେଇଛନ୍ତି। ଏହି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଥିବାରୁ ଲୋକଙ୍କ ପ୍ରିୟ ହୋଇଛନ୍ତି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ତ୍ରିନାଥ। ଏଥି ପୂର୍ବରୁ ସେମାନେ ଲଙ୍ଗଳବେଡା ଯାଇ ପିଡିଏସ ଚାଉଳ କିଣି ଆଣୁଥିଲେ, ଯାହା କି ଲୋକ ମାନଙ୍କୁ ବହୁତ କଷ୍ଟ ହେଉଥିଲା। ଚାଉଳ ଆଣିବା ପାଇଁ ଜଣକ ପିଛା ୧୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ଏହି ସୁବିଧା କରିଦେବାରୁ ଗାଁ ଲୋକ ବ୍ଲକ ଅଧ୍ୟକ୍ଷ ଶ୍ରୀ ତ୍ରିନାଥଙ୍କୁ ଧନ୍ୟବାଦ ଜଣା ଇଛନ୍ତି। ସେହିପରି ବିଡିଓ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସମସ୍ତ ପେନସନଧାରୀଙ୍କୁ ଏଣିକି ବ୍ୟାଙ୍କକୁ ନଯାଇ କିଓସ୍କୋ ବ୍ୟାଙ୍କ ଜରିଆରେ ନିଜ ନିଜ ପଞ୍ଚାୟତରେ ଯେପରି ବଣ୍ଟନ କରାଯିବ ସେହି ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଶ୍ରୀ ତ୍ରିନାଥ କହିଛନ୍ତି।

ସମ୍ବନ୍ଧିତ ଖବର