ମାଛ ଧରିବାକୁ ଯାଇଥିବାବେଳେ ଗଭୀର ସମୁଦ୍ରରେ ଓଲଟିଲା ଡଙ୍ଗା, ଜଣେ ଧୀବର ନିଖୋଜ

ବ୍ରହ୍ମପୁର: ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିବାବେଳେ ମାଡିଆସିଲା ଝଡ ବର୍ଷା | ଯାହାଫଳରେ ଓଲଟିପଡିଲା ଡଙ୍ଗା | ସମୁଦ୍ର ଭିତରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ହୋଇଯାଇଥିବାବେଳେ ୪ଜଣ ପହଁରି ପହଁରି ସମୁଦ୍ର କୂଳକୁ ଫେରିଆସିଛନ୍ତି | ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଡ଼ମପେଟାରେ ଏଭଳି ଏକ ଘଟଣା ଘଟିଛି |

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ପୋଡ଼ମପେଟା ଗ୍ରାମର ୫ ଜଣ ଧୀବର ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିବାବେଳେ ହଠାତ ବର୍ଷା ପବନ ମାଡ଼ିଆସିଥିଲା ।

ବେଳାଭୂମିରୁ ୯ କିଲୋମିଟର ଯିବା ପରେ ଏଭଳି ଅଘଟଣ ଘଟିଥିଲା। ଫଳରେ ଭାରସାମ୍ୟ ହରାଇ ସମୂଦ୍ର ମଝିରେ ଡଙ୍ଗା ଫାଟି ଯିବା ସହ ଓଲଟି ଯାଇଥିଲା । ତେବେ ୪ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଁଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଥିବା ସହ ଡ଼ଙ୍ଗା ଏବଂ ଜାଲ ର କୌଣସି ପତ୍ତା ମିଳୁନି । ଗ୍ରାମବାସୀମାନେ ଡ଼ଙ୍ଗା ସାହାଯ୍ୟରେ ନିଖୋଜ ଧୀବରଙ୍କୁ ଖୋଜିବାରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର