ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ସୁଆ ଅମଳ କରି ଫେରୁଥିବା ସମୟ ଡ଼ଙ୍ଗା ଓଲଟି ସ୍ୱାମୀ ସ୍ତ୍ରୀ ନିଖୋଜ ହୋଇଯାଇଛନ୍ତି। ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନାହିଁ।
ସୂଚନା ଅନୁସାରେ କୋରାପୁଟ ଜିଲା ମାଛକୁଣ୍ଡ ଥାନ ଅନ୍ତର୍ଗତ ଜବାଗଡ଼ ଗାର କୃଷ୍ଣ ପାର୍କି ଓ ସ୍ତ୍ରୀ ପ୍ରତିମା ପାର୍କି ଦୁହେଁ ମିଶି ଜଳାପୁଟ ଜଳଭଣ୍ଡାର ଆର ପାର୍ଶରେ ରହିଥୁବା ଚାଷ ଜମିକୁ ସୁଆ ଅମଳ କରିବାକୁ ଯାଇଥିଲେ ଡ଼ଙ୍ଗା ସାହାଯ୍ୟରେ। ସୁଆ ଅମଳ କରି ନିଜ ଘରକୁ ଫେରୁଥିବା ସମୟରେ ଜଳଭଣ୍ଡାରର ଜବାଗଡ଼ ନଦୀଘାଟର ମଝିରେ ଡ଼ଙ୍ଗାଟି ଭାର ସାମ୍ୟ ହରାଇ ଓଲଟି ପଡିଥିଲାl ଫଳରେ ସ୍ୱାମୀ ସ୍ତ୍ରୀ ଜଳ ଭଣ୍ଡରରେ ନିଖୋଜ ହୋଇଯାଇଥିଲେl ସନ୍ଧ୍ୟା ସମୟ ହୋଇଥିଲେ ମଧ୍ୟ ଦୁହେଁ ଘରକୁ ଫେରି ନଥିବା ନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେl
ଜଳଭଣ୍ଡାରର ଜବାଗଡ଼ ନଦୀଘାଟର ମଝିରେ ଡ଼ଙ୍ଗାଟି ଭାର ସାମ୍ୟ ହରାଇ ଓଲଟି ପଡିଥିଲାl ଫଳରେ ସ୍ୱାମୀ ସ୍ତ୍ରୀ ଜଳ ଭଣ୍ଡରରେ ନିଖୋଜ ହୋଇଯାଇଥିଲେl ସନ୍ଧ୍ୟା ସମୟ ହୋଇଥିଲେ ମଧ୍ୟ ଦୁହେଁ ଘରକୁ ଫେରି ନଥିବା ନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେl
ସୁଆ ଅମଳ ପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଜଳ ଭଣ୍ଡର ଆର ପାର୍ଶ୍ୱରେ ଥିବା ଚାଷ ଜମିକୁ ଯାଇଥିବା ନେଇ ଗାଁ ଲୋକେ ଖବର ପାଇଥିଲେl ପରେ ଖୋଜାଖୋଜି କରିଥିଲେ ମଧ୍ୟ ନଦୀ ଘାଟଣରେ ଡ଼ଙ୍ଗା ନଥିବା ଯୋଗୁଁ ସ୍ୱାମୀସ୍ତ୍ରୀ ଦୁହେଁ ଡ଼ଙ୍ଗା ଓଲଟି ନିଖୋଜ ହୋଇଥିବା ସନ୍ଦେହ କରାଯାଇଛିl ସୁଆ ଅମଳ କରି ଫେରୁଥିବା ସମୟରେ ଜବାଗଡ଼ ଗାଁ ଦମ୍ପତି ନିଖୋଜ ହୋଇଯାଇଛନ୍ତି ଜଳ ଭଣ୍ଡାରରେ ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ କରାଯିବ ବିଳାପୁଟ ସରପଞ୍ଚ ରାଜ କିଶୋର ଲେନ୍ଦୁରୁ ସୂଚନା ଦେଇଛନ୍ତିl ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି କରିଛି l