ମଝି ଚିଲିକାରେ ଓଲଟିଲା ଡଙ୍ଗା, ମତ୍ସ୍ୟଜୀବୀ ଉଦ୍ଧାର

ବ୍ରହ୍ମଗିରି : ବୁଧବାର ଦିନ ଚିଲିକାରେ ମାଛ ଧରୁଥିବା ବେଳେ ହଠାତ୍ ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ମଝି ଚିଲିକାରେ ଓଲଟି ପଡ଼ିଥିଲା। ତେବେ ମତ୍ସ୍ୟଜୀବୀ ଜଣକ ପାଣିରେ ବୁଡ଼ି କିଛି ସମୟ ସଂଘର୍ଷ କରିବା ପରେ ଉଦ୍ଧାର ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଆଜି କୃଷ୍ଣପ୍ରସାଦ ବ୍ଲକ୍ ମହିଷା ଗାଁର ଜଣେ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରୁଥିବା ବେଳେ ହଠାତ୍ ଡଙ୍ଗାର ଇଞ୍ଜିନ ଭାଙ୍ଗି ଯାଇଥିଲା। ଇଞ୍ଜିନ ଭାଙ୍ଗିଯିବା ଫଳରେ ଡଙ୍ଗାଟି ପାଣିରେ ଓଲଟି ପଡ଼ିଥିଲା। ଡଙ୍ଗା ସହିତ ମତ୍ସ୍ୟଜୀବୀ ଜଣକ ମଝି ଚିଲିକା ପାଣିରେ ବୁଡ଼ି ଯାଇଥିଲେ। ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗାର ମତ୍ସ୍ୟଜୀବୀ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି କରିଥିଲେ। ଓଲଟି ପଡ଼ିଥିବା ଡଙ୍ଗା ତଳେ ରହିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର