ବ୍ରହ୍ମଗିରି : ଆଜି ବାଲିହରଚଣ୍ଡୀ ନିକଟକୁ ବଣ ଭୋଜି କରିବାକୁ ଆସିଥିବା ଏକ ପର୍ଯ୍ୟଟକ ଦଳର ୨୫ ଜଣ ଯୁବକ ମୁହାଣ ନଈରେ ଥିବା ଏକ ଛୋଟ ହୁଲି ଡଙ୍ଗାରେ ଅପରାହ୍ନ ସାଢେ ଚାରିଟାରେ ନଈ ପାରି ହେବାକୁ ବସିଥିଲେ। ଡଙ୍ଗାଟି କୂଳରେ ଲାଗିବା ପୂର୍ବରୁ ହଠାତ୍ ଭାରସାମ୍ୟ ହରାଇ ବୁଡି ଯାଇଥିଲା । ସୈାଭାଗ୍ୟ ବଶତଃ ପାଖରେ ଥିବା ସ୍ଥାନୀୟ ଲୋକେ ଏବଂ କିଛି ପର୍ଯ୍ୟଟକ ସେମାନଙ୍କୁ ଉଦ୍ଧାର କରିଥିଲେ । ଡଙ୍ଗାବୁଡ଼ିକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ।
ବୁଡ଼ିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୨୫ ପର୍ଯ୍ୟଟକ
/sambad/media/post_attachments/wp-content/uploads/2018/01/brahmagir.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)