ଜଗତସିଂହପୁର: ମହାନଦୀର ପାରାଦୀପ ମୂଷାଡ଼ିଆ ଠାରେ ଏକ ଯାତ୍ରୀବାହୀ ଡଙ୍ଗା ଆଜି ରାତିରେ ଓଲଟି ପଡ଼ିଛି। ସୌଭାଗ୍ୟକ୍ରମେ ଡଙ୍ଗାରେ ଥିବା ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୋଟିଏ ବାଇକ୍ ବୁଡ଼ି ଯାଇଥିବା ବେଳେ ତାକୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ବାହାକୁଦ ଘାଟ ନିକଟରୁ ଡଙ୍ଗାଟି ବାହାରିଥିଲା। ମେଘ, ପବନ ପାଇଁ ୫୦ରୁ ଅଧିକ ଲୋକ ଡଙ୍ଗାରେ ଚଢ଼ିଥିଲେ। ସେହି ଡଙ୍ଗାରେ ବାଇକ୍ ମଧ୍ୟ ରହିଥିଲା। ତେବେ ଡଙ୍ଗାରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇ ଯାଇଥିଲା।
ପାରାଦୀପର ମୂଷାଡ଼ିଆ ଘାଟ ନିକଟରେ ଡଙ୍ଗା ପହଞ୍ଚିବାର ୮ରୁ ୧୦ ଫୁଟ ପୂର୍ବରୁ ଯାତ୍ରୀମାନେ ଏପଟ ସେପଟ ହେବାରୁ ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ତେବେ କୂଳ ପାଖାପାଖି ଥିବାରୁ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଦୋକାନୀ ମିଶି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଡଙ୍ଗାରେ ଛୋଟ ପିଲା, ମହିଳାମାନେ ମଧ୍ୟ ଥିଲେ। କିନ୍ତୁ ଏହି ଘାଟରେ ଏଭଳି ଅସୁରକ୍ଷିତ ଜଳଯାତ୍ରା ନିୟମିତ ଚାଲୁଥିବା ବେଳେ ପୁଲିସ, ପ୍ରଶାସନ କିଭଳି ହାତ ବାନ୍ଧି ବସିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/20/GTtXGJNd3DbRoQA3MbNl.jpg)