ଭୀମପାହାଡ଼ ପର୍ଯ୍ୟଟନସ୍ଥଳୀରେ ନୌକାବିହାର ଶୁଭାରମ୍ଭ

ଦେଓଗାଁ: ଦେଓଗାଁ ବ୍ଲକ୍‌ର ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ ପାଦଦେଶସ୍ଥିତ ଜଳାଶୟରେ ଶୁକ୍ରବାର ନୌକାବିହାରର ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟଟନସ୍ଥଳୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କ ସମାଗମ ରହୁଥିବାରୁ ଏହି ନୌକାବିହାର ସେବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଲକ୍‌ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ନବନିର୍ବାଚିତ ମକୁନ୍ଦପୁର ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ, ଉପରଝର ସମିତି ସଭ୍ୟା ଶ୍ରୀମତୀ ବୀଣାପାଣି ବିଶ୍ଵାଳ, ବରିଷ୍ଠ ବିଜେଡି ନେତା ପ୍ରମୋଦ ବହିଦାର, ବିଭୂତି ଭୂଷଣ ମିଶ୍ର, ଅନଙ୍ଗ ପଧାନ, ଧବଳେଶ୍ଵର ନାୟକ, ନନ୍ଦି ନାୟକ, ରାଜୀବ ବିଶ୍ଵାଳ, ସୁନୀଲ ମେହେର, ଯତନ୍ ବାରିକ, ନେହରୁ ବିଶ୍ଵାଳଙ୍କ ସହ ଭୀମପାହାଡ଼ ପାଦଦେଶରେ ଥିବା ରୁଗୁଡ଼ିପାଲି ଓ ଉପରଝରର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର