ଜଗତସିଂହପୁର : ‘ୟାସ୍‌’ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୦ ଜଣ ମତ୍ସ୍ୟଜୀବୀ।

Advertisment

ଜଟାଧାରୀ ମୁହାଣ ବଅଁରକୁଦରେ ଚିଙ୍ଗୁଡ଼ି ଘେରି କରିଥିବା କିଛି ମତ୍ସ୍ୟଜୀବୀ ଓ ମଇଁଷିଆଳ ସେଠାରେ ଫସି ଯାଇଥିଲେ। ଗତକାଲି ରାତିରେ ବର୍ଷା ଓ ପବନକୁ ଦେଖି ଭୟଭୀତ ହୋଇ ସେମାନେ ଘରକୁ ଆସିବା ପାଇଁ ପ୍ରୟାସ କରିଥିଲେ। ଏକ ଛୋଟ ଡଙ୍ଗାରେ ସମସ୍ତେ ଏକାଠି ହୋଇ କୂଳକୁ ଫେରୁଥିବା ବେଳେ ହଠାତ୍ ମୁହାଣ ନିକଟରେ ବୋଟ୍‌ଟି ବୁଡ଼ି ଯାଇଥିଲା। ସମସ୍ତେ ପହଁରି ପହଁରି ଏକ କୁଦକୁ ଚାଲି ଯାଇଥିଲେ। ସେମାନେ ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ସ୍ଥାନୀୟ ସରପଞ୍ଚ ତପନ ଗୋଚ୍ଛାୟତ ଏ ନେଇ ବିଡିଓଙ୍କୁ ଯୋଗାଯୋଗ କରିଥିଲେ। କିଛି ସମୟ ମଧ୍ୟରେ ସରପଞ୍ଚଙ୍କ ସହିତ ଏନ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳକୁ ଯାଇ ରାତି ୧୧ଟା ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ଅବସ୍ଥାରେ କୂଳକୁ ଆଣିଥିଲେ। ଗତକାଲି ରାତିରେ ଉଦ୍ଧାରକାରୀଙ୍କ ଏଭଳି ସାହସିକ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ପ୍ରଶଂସା କରିଛନ୍ତି।