ଚିଲିକାରେ ୫ ଯାଏ ବୋଟ୍ ସେବା ବନ୍ଦ

ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ‘ଫନି’ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ବୋଟ୍ ସେବାକୁ ସାମୟିକ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ‘ଫନି’ ସାମୁଦ୍ରିକ ଝଡ଼ର ପ୍ରଭାବରେ ବର୍ଷା କିମ୍ବା ପବନ ଆରମ୍ଭ ହେବା ମାତ୍ରେ ଚିଲିକାରେ ବୋଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି ଯେ, ବରକୁଳ ଓ ବାଲୁଗାଁରେ ଅଧିକାରୀମାନେ ଉପସ୍ଥିତ ରହି ଡଙ୍ଗାଚାଳକମାନଙ୍କୁ ସଚେତନ କରୁଛନ୍ତି। ବର୍ଷା , ପବନ ହେଲେ କୌଣସି ପରିସ୍ଥିତିରେ ଯେପରିଡଙ୍ଗା ଚିଲିକା ଭିତରକୁ ନ ଯାଏ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେଉଛି। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶାନାମା ପରିପ୍ରେକ୍ଷୀରେ ଆଜି କାଳିଜାଇ ମୋଟର ବୋଟ୍ ଆସୋସିଏସନ୍‌ ପକ୍ଷରୁ ଆସନ୍ତାକାଲି ୧ ତାରିଖଠାରୁ ୫ ତାରିଖ ଯାଏ ଚିଲିକାରେ ବୋଟ୍ ସେବା ବନ୍ଦ ନେଇ ନୋଟିସ ଜାରି କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର