ସିଲେରୁ ନଦୀରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି: ଜଣେ ମୃତ, ସାତ ନିଖୋଜ

ମାଲକାନଗିରି/ଚିତ୍ରକୋଣ୍ଡା: ଗତକାଲି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ। ଆନ୍ଧ୍ର ପଟରୁ ଓଡ଼ିଶାକୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ, ସେଥିପାଇଁ ସେମାନେ ଡରି ଏବଂ ଲୁଚି ସିଲେରୁ ନଦୀ ପଥରେ ବିଳମ୍ୱିତ ରାତିରେ ଫେରିବା ପାଇଁ ଯୋଜନା କରିଥିଲେ।

ସେମାନେ ଯୋଜନା ମୁତାବକ ଦଶ ଜଣ ବଡ଼ ଲୋକ ଏବଂ ଏକ ତିନି ବର୍ଷର ଛୋଟ ପିଲା ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ଗୋଟେ ଡଙ୍ଗାରେ ପାଞ୍ଚ ଜଣ ଏବଂ ଆଉ ଏକ ମାଛ ଧରା ଡଙ୍ଗାରେ ଛଅ ଜଣ ବସି ଆଗ ପଛ ହୋଇ କନ୍ଧଗୁଡା ଡ଼ଙ୍ଗାଘାଟ ଦେଇ ନିଜ ଗ୍ରାମକୁ ଫେରୁଥିଲେ l ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ପ୍ରଥମ ଡ଼ଙ୍ଗାରେ ଥିବା ଛ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ l

ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା।  ଫଳରେ ଡ଼ଙ୍ଗାରେ ଥିବା ଲୋକମାନେ ବୁଡ଼ି ଯାଇଥିଲେ l ସେଥିମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଞ୍ଚିଥିଲେ । ପରେ ଗାଁ ଲୋକେ ଖବର ପାଇ ଗାଁ ନଦୀ ଘାଟରେ ପହଞ୍ଚି ଖୋଜାଖୋଜି କରିଥିଲେ। ଖବର ପାଇ ରାତି ୧୦-୩୦ ଘଟିକା ସମୟେ ରେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ପହଞ୍ଚିଥିଲେl

ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ଡ଼ଙ୍ଗା ବୁଢ଼ୀ ରେ ଏଗାର ଜଣଙ୍କ ଲୋକ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି, ଜଣେ ତିନି ବର୍ଷର ଝିଅର ମୃତ ଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି ଜାରି ରହିଛି l ଉକ୍ତ ସାତ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି l ଏମାନେ ତେଲେଙ୍ଗାନାର ହାଇଦ୍ରାବାଦ ସାଙ୍ଗରେଡିରେ ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର