ମନ୍ତେଇ ନଦୀରେ ଟଳିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪୪ ଯାତ୍ରୀ : ୫ଶହ ମିଟର ଭାସିଗଲା ଡଙ୍ଗା

ଚାନ୍ଦବାଲି : ଆଜି ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ୪୪ ଯାତ୍ରୀ। ମନ୍ତେଇ ନଦୀରେ ଚାନ୍ଦବାଲି ପଟୁ ଧାମରାକୁ ଅସୁଥିବା ୪୪ ଜଣ ଯାତ୍ରୀ ଚୌଧୁରୀ ଘାଟର ଏକ ଡଙ୍ଗାରେ ନଦୀ ପାର ହେଉଥିଲେ। ଡଙ୍ଗା କୂଳରେ ଲାଗିବାକୁ ଆଉ ମାତ୍ର କିଛି ସମୟ ବାକିଥିଲା। ତେବେ ହଠାତ କାଳବୈଶାଖୀର ଯୋଗୁ ଜୋରରେ ପବନ ବୋହିଥିଲା ଓ ଡଙ୍ଗା ଉପରେ ନିୟନ୍ତ୍ରଣ ହରାଇଥିଲେ ନାଉରୀ। ଫଳରେ ପ୍ରାୟ ୫ଶହ ମିଟର ଯାଏ ଡଙ୍ଗାଟି ନିୟନ୍ତ୍ରଣହୀନ ହୋଇ ନଦୀର ମଧ୍ୟଭାଗକୁ ଭାସିଯାଇଥିଲା। ଡଙ୍ଗାରେ ବସିଥିବା ଲୋକେ ଭୟଭୀତ ହୋଇ ଜୀବନ ବିକଳରେ ଚିତ୍କାର କରିଥିଲେ। ତେବେ ବହୁ କଷ୍ଟରେ ଡଙ୍ଗାଟିକୁ ନିୟନ୍ତ୍ରଣକୁ ଆଣି କୂଳରେ ଲଗ‌ାଇଥିଲେ ନାଉରୀ। ସୌଭାଗ୍ୟକ୍ରମେ ଅଘଟଣ ଟଳି ଯାଇଥିଲା ଏବଂ ୪୪ ଜଣଙ୍କ ଜୀବନ ବଞ୍ଚିଯାଇଥିଲା।

ସମ୍ବନ୍ଧିତ ଖବର