ଜାନୁଆରି ୯ରୁ ବୋ​ଡ଼ାସମ୍ବର କପ୍‌ କ୍ରିକେଟ୍        

ପଦ୍ମପୁର: ପଦ୍ମପୁର ବୋଡ଼ାସମ୍ବର ସ୍ପୋର୍ଟିଂ ସଭାଗୃହରେ ବୋଡାସମ୍ବର କପ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିରୀକୃତ ହୋଇଛି। ବିଜେତା ଦଳକୁ ୬୦ ହଜାର ଓ ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ପୁରସ୍କାର ପ୍ରଦାନ କରାଯିବ। ଏଥିସହ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପାଇଁ ୧ ହଜାର ଓ ମ୍ୟାନ ଅଫ ଦ ସିରିଜ ଲାଗି ୫ ହଜାର ନଗଦ ରାଶି ଦିଆଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।

ଏହି ଅବସରରେ ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା ପାଇଁ ଏକ ନୂତନ କମିଟି ଗଠିତ ହୋଇଥିଲା। ଏଥିରେ ସୁନୀଳ ସାହୁ ସଭାପତି, ଦୀପକ ଜୟପୁରିଆ ଉପ ସଭାପତି, ସଂପାଦକ ଭରତ ପଣ୍ତା, ସହ ସଂପାଦକ ସରଜୁ ପଟ୍ଟନାୟକ ଓ ମନୀଷ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ବିଜୟ ଦାଶ ମନୋନୀତ ହୋଇଛନ୍ତି। ଏଥିସହ ପ୍ରମୋଦ ମିଶ୍ର, କପିଳେଶ୍ବର ଅଗ୍ରୱାଲ, ସୁରଜିତ ଦୀପ, ଜ୍ଞାନଚାନ୍ଦ ଲୋହାର, ଦିନେଶ ପାଣିଗ୍ରାହୀ, ସୁଶାନ୍ତ ସାହୁ, ବଳିଆରସେନ ବରିହା, ଶଙ୍କର ସିହ୍ନା, ବିକାଶ କୁମାର, ତାପସ ମହାନ୍ତି, ସୂର୍ଯ୍ୟ ସେଠ, ମହେନ୍ଦ୍ର ପଟେଲ ଓ ନିହାର ରଞ୍ଜନ ପଣ୍ତାଙ୍କୁ ଉପଦେଷ୍ଟା ମଣ୍ତଳୀ ସଦସ୍ୟ ଭାବରେ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର