କଟକ : ଦ୍ବିତୀୟ ଥର ପାଇଁ ପୁଲିସ ହାବୁଡରେ ପଡିଛି କୁଖ୍ୟାତ ଦେହ ଦଲାଲ ମିଟୁଆ ଓରଫ ସୁକାନ୍ତ ନାୟକ। ରାଣୀହାଟ ଗୋପାଳସାହିରେ ୫ ବର୍ଷ ହେବ ସେ ନିଜ ଘରେ ଚଳାଇ ଆସିଥିବା ଏକ ବେଶ୍ୟାଳୟରେ ମଙ୍ଗଳାବାଗ ଥାନା ଓ କମିସନରେଟ୍ ସ୍ପେଶାଲ୍ ସ୍କ୍ବାଡ୍ ପୁଲିସ ଚଢ଼ଉ କରିଛି। ଉକ୍ତ ଘରର ମାଲିକ ମିଟୁଆ ଓରଫ ସୁକାନ୍ତ ନାୟକକୁ ଗିରଫ କରାଯାଇଛି। ମିଟୁଆ ସହିତ ଗ୍ରାହକ କେଶରପୁରର ସେକ୍ ରାଜା ଓ ଉରାଳିର ଅନିଲ କୁମାର ନାୟକକୁ ମଧ୍ୟ ଗିରଫ କରାଯାଇଛି। ଦେହ ବ୍ୟବସାୟରେ ସମ୍ପୃକ୍ତ ଜଣେ ୩୦ ବର୍ଷିୟା ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି।
ଚଢ଼ଉ ସମୟରେ ଏହି ଘରୁ ୫୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍, ବାଇକ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ୨୦୧୭ରେ ଏହି ଘରକୁ କମିସନରେଟ୍ ପୁଲିସ ଏକ ବର୍ଷ ପାଇଁ ସିଲ୍ କରିଦେଇଥିଲା। ତେବେ ସିଲ୍ ଖୋଲିବା ପରେ ପୁଣି ମିଟୁଆ ଜେଲରୁ ଫେରି ଦେହ ବ୍ୟବସାୟ ଆରମ୍ଭ କରିଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/332899-arrest_1200x768.jpeg)
