ଡାକ୍ତରଖାନାରୁ ଗାଁକୁ ଦୋ‌ଳାରେ ଶବ ବୋହିନେଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦାନ ମାଝୀ ସ୍ତ୍ରୀଙ୍କ ଶବ ବୋହିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏପରି ଆଉ ଏକ ଘଟଣା ସାମନାକୁ ଆସିଛି। ଥୁଆମୂଳ ରାମପୁର ବ୍ଲକ କାନୀଗୁମା ଡାକ୍ତରଖାନାରୁ ବାଲିସରା ଗ୍ରାମକୁ ସଂପର୍କୀୟମାନେ ଶବକୁ ଭାର ବା ଦୋଳାରେ ବୋହି ନେଇଛନ୍ତି।

ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ଶବକୁ ଦୋଳାରେ ବୋହି ଗାଁକୁ ନେଇଥିବା ପ୍ରକାଶ କରିଛନ୍ତି। ଦାନ ମାଝୀ ଘଟଣା ପରେ ବି ଏହି ଜିଲ୍ଲାରେ ସରକାରୀ ଯୋଜନାର ସୁଫଳ ଲୋକେ ପାଉ ନଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର