ବରୀ : ବରୀ ଅଗ୍ନିଶମ ବାହିନୀ ପକ୍ଷରୁ ରବିବାର ଦିନ ରାମଚନ୍ଦ୍ରପୁର ରାମେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବରୀ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଥାନା କେସ୍ ନମ୍ବର ୧୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତ ମହିଳାଙ୍କ ବୟସ ୬୦ ପାଖାପାଖି ହେବ ବୋଲି ଥାନା ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଚିହ୍ନଟ ପାଇଁ ମୃତଦେହକୁ ଯାଜପୁର ଶବ ସଂଗୃହୀତ ଗୃହରେ ରଖାଯିବ।
ଖରସ୍ରୋତାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର
ବିଂଝାରପୁର : ଖରସ୍ରୋତା ନଦୀରୁ ଜନୈକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ମିରମହଲ୍ଲା ନିକଟରେ ଯୁବକଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଖବରପାଇ ବିଂଝାରପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବାସହ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ମୃତଦେହଟି ଉପରମୁଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)