ବୈତରଣୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଦଶରଥପୁର : ମଂଗଳପୁର ଥାନା ତରପଦା ପଞ୍ଚାୟତ ଡୋଭାବିଲ ଗ୍ରାମ ପଣ୍ଡାସାହି ଗଡା ପାର୍ଶ୍ବରେ ପ୍ରବାହିତ ବୈତରଣୀ ନଦୀରେ ଭାସି ଆସିଥିବା ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଗଛରେ ଲାଗି ରହିଥିବା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ବୟସ ୩୫ ରୁ ୪୦ ବୟସ ମଧ୍ୟରେ ହେବ। ତାଙ୍କ ବେକ, ହାତ ଓ ଛାତିରେ ଆଘାତର ଚିହ୍ନ ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟାପରେ ନଦୀ ପାଣିରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

ସୂଚନାମୁତାବକ ଆଜି ସକାଳୁ ଜଣେ ସ୍ଥାନୀୟ ଯୁବକ ବୈତରଣୀ ନଦୀରେ ଅଜଣା ଯୁବକଙ୍କ ମୃତ ଦେହ ଭାସୁଥିବା ଦେଖିଥିଲେ । ଏହାପରେ ଗାଁରେ ଖବରଦେବାପରେ ଗାଁ ଲୋକେ ମଂଗଳପୁର ଥାନାକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ ଲାଗିଥିଲା । ମଙ୍ଗଳପୁର ଥାନା ପକ୍ଷରୁ ଏଏସ୍‌ଆଇ ସନ୍ତୋଷ ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସଂଧ୍ୟା ହୋଇଯାଇଥିବାରୁ ଶବଟିକୁ ପାଣିରୁ ଉଦ୍ଧାର କରାଯାଇ ପାରିନଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର