ଫୁଲବାଣୀ: ଆଜି ସକାଳେ କନ୍ଧମାଳର ସୁଡ୍ରୁକୁମ୍ପା ନିକଟ ଜଙ୍ଗଲରୁ ଆଉ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି। ଗତକାଲି ମାଓବାଦୀ ପୁଲିସ ଏନକାଉଣ୍ଟରରେ ଗୋଲାଙ୍କି ଗାଁରେ ଦୁଇ ମହିଳା କ୍ୟାଡର ସମେତ ୪ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ରାତିରେ ମଧ୍ୟ ଏହି ଅପରେସନ୍ ଜାରି ରହିଥିଲା। ଆଜି ସକାଳେ ସର୍ଚ୍ଚ ଅପରେସନ ଚାଲିଥିିବା ବେଳେ ଗତକାଲି ଜଙ୍ଗଲରେ ଯେଉଁ ସ୍ଥାନରେ ମାଓବାଦୀଙ୍କ ମୃତଦେହ ମିଳିଥିଲା ସେଠାରୁ ପ୍ରାୟ ୩ଶହ ମିଟର ଦୂରରେ ଆଉ ଜଣେ ପୁରୁଷ ମାଓବାଦୀଙ୍କ ମୃତଦେହ ଆଜି ସକାଳେ ମିଳିଛି। ତାଙ୍କ ନିକଟରେ ପଡ଼ିଥିବ ଏକ ଇନ୍ସାନ୍ସ ରାଇଫଲ ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ପୁଲିସ ଏନକାଉଣ୍ଟରରେ କନ୍ଧମାଳରେ ୪ ଜଣ ଓ ବଲାଙ୍ଗୀରରେ ୨ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଡିଭିଜନାଲ କମିଟି ସଦସ୍ୟ ଶଙ୍କର ମାଝୀ ଓରଫ୍ ବାଦଲ ଥିବା କହିଥିଲା।। ବାଦଲ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। କନ୍ଧମାଳ ଘଟଣାରେ ଗତକାଲି ମୃତ୍ୟୁବରଣ କରିଥଥିବା ଅନ୍ୟ ତିନି ମାଓବାଦୀଙ୍କ ପରିଚୟ ମିଳିନାହିଁ। ଆଜି ମଧ୍ୟ ଯେଉଁ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି ତାଙ୍କ ପରିଚୟ ମିଳି ନାହିଁ। ସମ୍ଭବତଃ ସେ ଗତକାଲି ପୁଲିସ ଗୁଳିରେ ଆହତ ହୋଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରୁ ୩ଶହ ମିଟର ଦୂରରେ ଟଳି ପଡ଼ିଛନ୍ତି।
ସୂଚନା ଯୋଗ୍ୟ ଯେ ଗତକାଲି ଅପରାହ୍ନରେ ସୁଡ୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲାଙ୍କି ଗାଁରେ ମାଓବାଦୀ ମେଳି କରିଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ପରେ ଏସ୍ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ଉପରକୁ ମାଓବାଦୀ ଗୁଳିମାଡ କରିଥିଲେ। ପାଲଟା ଜବାବ ଦେବାକୁ ଯାଇ ପୁଲିସ ବି ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ଓ ୨ ଜଣ ପୁରୁଷ ମାଓବାଦୀ ଅଛନ୍ତି। ଆଉ ୨୫ରୁ ୩୦ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ସେଠାରୁ ୭ଟି ରାଇଫଲ, ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି।
ଫୁଲବାଣୀ: ଆଉ ଜଣେ ମାଓବାଦୀଙ୍କ ମୃତଦେହ ଜଙ୍ଗଲରୁ ଜବତ, ମୃତ୍ୟୁ ସଂଖ୍ୟା ୫ ହେଲା
/sambad/media/post_attachments/wp-content/uploads/2018/05/kandhamal-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)