ସମାକୋଇରେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ତେଲକୋଇ : ଗତକାଲି ପୂର୍ବାହ୍ନ ୧୦ଟା ‌ବେଳେ ଜଣେ ମହିଳା ସମାକୋଇ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ୨୦ ଘଣ୍ଟା ପରେ ଗୁରୁବାର ସକାଳୁ ତାଙ୍କ ମୃତ ଦେହ ଘଟଣାସ୍ଥଳ ଠାରୁ ୭୦୦ ମିଟର ଦୂର ପାତ୍ରସାହି ନଦୀ ଘାଟରୁ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିଛି। ଏନେଇ ତେଲକୋଇ ଥାନାରେ ୩୫/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଗତକାଲି ସକାଳେ ତେଲକୋଇ ତଳସାହିର ପ୍ରଭାକର ଦେହୁରୀଙ୍କ ପତ୍ନୀ ସରୋଜିନୀ ଦେହୁରୀ(୫୭) ସାହିର ଅନ୍ୟ ୩ ଜଣ ମହିଳାଙ୍କ ସହିତ ନଦୀ ପାର ହୋଇ ଶାଳପତ୍ର ଓ କାଠି ଆଣିବାକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜଙ୍ଗଲ ଜାତ ଦ୍ରବ୍ୟ ଧରି ଆଗ ପଛ ହୋଇ ସମାକୋଇ ନଦୀର ଗଣ୍ଡସାହି ଗାଧୁଆ ଘାଟ ନିକଟରେ ପାର ହେଉଥିବା ବେଳେ ନଦୀର ସ୍ରୋତରେ ସରୋଜିନୀ ଭାସି ଯାଇଥିଲେ। ତାଙ୍କ ପାଦ ପଥର ଉପରୁ ଖସି ଯିବାରୁ ସେ ସ୍ରୋତରେ ପଡି ବୁଡି ଯାଇଥିବା ସାଥୀ ମହିଳା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର