ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଧର୍ମଶାଳା : ଧର୍ମଶାଳା ଥାନା ରଥିଆ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଗତକାଲି ରାତିରେ ଜଣେ ଯୁବକ ପଡ଼ିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ନେଇ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିଚୟ ମିଳିପାରିନାହିଁ। ଏହି ବ୍ୟକ୍ତି ଏକ ହାଫପ୍ୟାଣ୍ଟ ପିନ୍ଧିଥିବା ବେଳେ ପାଖରେ ଏକ ଗାମୁଛା ଥିଲା। ସେ ଜଣେ ମାନସିକ ନ୍ୟୂନ ବ୍ୟକ୍ତି ଓ ତାଙ୍କ ବୟସ ପ୍ରାୟ ୩୫ ହେବ ବୋଲି ଅନୁମାନ କରାଯାଉଛି।

ଏହି ଯୁବକ କିଛିଦିନ ହେଲା ଧର୍ମଶାଳା ଅଞ୍ଚଳରେ ବୁଲାବୁଲି କରୁଥିଲେ। ତାଙ୍କ ପେଟରେ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି। ପୁଲିସ୍‌ ମୃତଦେହ ଜବତ କରିବା ସହ ୩୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଅଜଣା ବ୍ୟକ୍ତିଙ୍କ ଶବ ୭୨ ଘଣ୍ଟା ସଂରକ୍ଷିତ ରଖାଯିବ ବୋଲି ତଦନ୍ତ ଅଧିକାରୀ ରାଧାନାଥ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର