ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭିମାପଡ଼ା ନିକଟସ୍ଥ ମୂଷାପଡ଼ା କାଁଝାରୀ ନଦୀରୁ ଗୁରୁବାର ଅପରାହ୍ଣରେ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପାଟଣା ଥାନା କେନ୍ଦୁଆପଡ଼ା ଗ୍ରାମର ତ୍ରିଲୋଚନ ନାଏକ(୩୯)। ତାଙ୍କୁ କେହି ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି।
ପାଟଣା ଦମକଳ କେନ୍ଦ୍ର ଅଧିକାରୀ ମନରଞ୍ଜନ ମହାନ୍ତ ସଦଳବଳେ ନଦୀରୁ ଶବକୁ ଉଦ୍ଧାର କରି ପାଟଣା ପୁଲିସକୁ ହସ୍ତାନ୍ତର କରିଥିଲେ। ଯୁବକଙ୍କ ହାତ ଗୋଡ଼ ବନ୍ଧା ହୋଇଥିବା ବେଳେ ବେକରେ ପଥର ବନ୍ଧା ହୋଇଥିଲା। ଏନେଇ ମୃତକଙ୍କ ମା’ ତାଙ୍କ ପୁଅ ତ୍ରିଲୋଚନକୁ କେହି ହତ୍ୟା କରି ନଦୀରେ ଫୋପାଡ଼ି ଦେଇଥିବା ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଘଟଗାଁ ଏସଡିପିଓ, ପାଟଣା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାଟଣା ଥାନାରେ ୧୦୦/୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-final.jpg)