ବାଘମାରୀ: ଗଛରେ ଝୁଲୁଛି ଯୁବକଙ୍କର ମୃତଦେହ। ମୃତ ଯୁବକଙ୍କର ନାମ ଯୁଧିଷ୍ଠିର ସାହୁ, ବୟସ ୩୫ବର୍ଷ ହେବ। ଘର ବାଳକାଟି ଅଞ୍ଚଳରେ। ବେଗୁନିଆ ଥାନା ଅନ୍ତର୍ଗତ ବାଘମାରୀ ପେଟ୍ରୋଲ ପମ୍ପ ପଛପଟେ କିଛି ଦୂରରେ ଏକ ଗଛରେ ରବିବାର ସକାଳୁ ଯୁଧିଷ୍ଠିରଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। କିଛି ଦୂରରେ ତାଙ୍କ ବାଇକ୍‌ରେ ହେଲମେଟ ଏବଂ ଏକ ବ୍ୟାଗ ରହିଥିଲା। 

Advertisment

ଆହୁରି ପଢ଼ନ୍ତୁ:Honouring Freedom Fighter Parbati Giri: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଶ୍ବଶୁର ଘରକୁ ଆସି ଆଉ ଘରକୁ ଫେରି ନଥିଲେ

ଗତକାଲିଠାରୁ ଯୁଧିଷ୍ଠିର ଶ୍ବଶୁର ଘର ଶରଣକୁଳକୁ ଆସି ଆଉ ଘରକୁ ଫେରି ନଥିଲେ। ସେ ପେଶାରେ ଜଣେ ଏଲ.ଆଇ.ସି ଏଜେଣ୍ଟ ଥିଲେ। ବେଗୁନିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ଯୁଧିଷ୍ଠିରର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। 

ଆର୍ଥିକ ଅନିୟମିତତାକୁ ନେଇ ଯୁଧିଷ୍ଠିର ଜୀବନ ହାରିଛନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ:IMD's Dense Fog Warning:ଆଉ ୫ ଦିନ ଘନ କୁହୁଡ଼ି, ଜାନୁଆରି ୨ରୁ କମିବ ଶୀତ