ରାଉରକେଲା : ବନ୍ଧମୁଣ୍ଡା ଉତ୍ତମବସ୍ତି ପାୱାର ଗ୍ରିଡ ରାଉଲକେଲା ଇସ୍ପାତ କାରଖାନା (ଆରଏସପି) ପାଚେରୀ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।
ମୃତ ଯୁବକ ହେଲେ ବାନ୍ଧମୁଣ୍ଡା ତିଲକାନଗରର ରାମାଇ ମନ୍ଦିଆ (୪୦)। ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଚଳାଇଛି। କେଉଁ କାରଣରେ କିଏ ରାମାଇକୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/5-4.jpg)