ଦେଓଗାଁ: ବଲାଙ୍ଗୀର ଜିଲ୍ଲ ଦେଓଗାଁ ଥାନା ଜଲିଆ ରେଳୱେ ଟ୍ରାକରେ ଏକ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗୀର-ଟିଟିଲାଗଡ ରାସ୍ତା ଦେଓଗାଁ ନିକଟସ୍ଥ ଜଳିଆ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ବରଗଡ଼ଜିଲ୍ଲା, ପଦ୍ମପୁର ଥାନା, ନାଇକେନମାଲ ଗାଁର ଟିକେଲାଲ ମାଝୀ ବୋଲି ଜଣାପଡିଛି ।
ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟିକେଲାଲଙ୍କୁ ଟ୍ରେନ୍ରୁ କିଏ ଧକ୍କା ଦେଇଛନ୍ତି କି ସେ ନିଜେ ଖସିପଡ଼ିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।
ତେବେ ସେ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିଲେ ଦଶହରା ପାଇଁ ଘରକୁ ଫେରୁଥିବା ବେଳେ ତାଙ୍କ ମୃତଦେହ ରେଳ ଧାରଣା କଡ଼ରୁ ଉଦ୍ଧାର ହୋଇଥିବାରୁ ପରିବାର ଲୋକେ ସନ୍ଦେହ ପ୍ରକଟ କରୁଛନ୍ତି। ଏନେଇ ବଲାଙ୍ଗୀର ଜିଆରପି ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
ଶେଷଦେବ ମେର୍ଲ୍ଲି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/27/body-of-youth-returning-from-dadan-rescued-from-train-2025-09-27-11-51-09.jpg)