ବାରଙ୍ଗ: ଚନ୍ଦକା ଥାନା ପୁଲିସ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ଜୁଝଗଡ଼ ଡ୍ରେନ୍ ପାଖରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଚନ୍ଦକା ଥାନା ପୁଲିସ ପହଞ୍ଚି କରୁଛି ଛାନଭିନ୍ କରିଛି। ମୃତଦେହଟି ଭାଣପୁର ଓରାଙ୍ଗ ଅଞ୍ଚଳର ବିଦ୍ୟାଧର ଦେଉରୀଙ୍କ ବୋଲି ଜଣାପଡ଼ିଛି। ସେ ୪ମାସ ତଳେ କଟକରେ ନରସିଂହପୁର ଅଞ୍ଚଳ ବଡମ୍ବାରେ ବିବାହ କରିଥିଲେ। ସେ ଏକ କମ୍ପାନିର ଡ୍ରାଇଭର ଭାବେ କାମ କରୁଥିଲେ।
ମାଲିକାଣୀଙ୍କୁ କାରରେ ନେବା ଆଣିବା କରନ୍ତି। ମୃତଦେହ ପାଖ ରାସ୍ତା ଉପରେ ସନ୍ଦିଗ୍ଧ କାର(ଓଡ଼ି ଓ ୨ସିସି୪୨୩୭) ରହିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାଖରେ ପଡିଥିବା ମନିପର୍ସ, ଛତା ଓ ମଦ ବୋତଲକୁ ପୁଲିସ ଜବତ କରିଛି ।
ଯୁବକଙ୍କର ବେକରେ ଏକ ଗାମୁଛା ଭିଡା ହୋଇଥିବାରୁ ଓ ଘଟଣାସ୍ଥଳରୁ ମିଳିଥିବା ସୁରାକରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟାକରି ରାସ୍ତା ପାର୍ଶ୍ଵରେ ଫିଙ୍ଗାଯାଇଥିବା ପୁଲିସ ଅନୁମାନ କରୁଛି ।
ଅଧିକ ତଦନ୍ତ କରିବାରେ ପୁଲିସ ଜାଣିବାକୁ ପାଇଛିି, ଗତ ୧୫ ତାରିଖରେ ଯୁବକ ଜଣଙ୍କୁ ଅପହରଣ କରା ଯାଇଥିବା ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଅପହରଣକାରୀମାନେ କୋଟିଏ ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ତେବେ ହତ୍ୟାକାଣ୍ତ ପଛର କାରଣ ଓ ଉଦ୍ଦେଶ୍ୟ ଜାଣିବା ପାଇଁ ପୁଲିସ ସାଇଣ୍ଟିଫିକ୍ ଟିମର ସହାୟତାରେ ଆଖପାଖରୁ ହସ୍ତଗତ ହୋଇଥିବା ସମସ୍ତ ନମୂନା ସଂଗ୍ରହ କରିଛି।ଚ଼ନ୍ଦକା ଥାନାରେ ପୁଲିସ ଏକ ମାମଲା ରୁଜୁ କରି ହତ୍ୟା କାଣ୍ଡରେ ସଂପୃକ୍ତ ଆସାମୀଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତର ଦିଗ ଆଗକୁ ବଢ଼ାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/20/body-recovered-from-roadside-murder-suspected-after-kidnapping-2025-09-20-15-35-28.jpg)