ସଂଗ୍ରାମ ‘ବ୍ରହ୍ମେଶ୍ୱର କୁମାର’

ଭୁବନେଶ୍ୱର : ଟଙ୍କପାଣି ଦୁର୍ଗା ପୂଜା ସମିତି, ବ୍ରହ୍ମେଶ୍ୱର ଯୁବକ ସଂଘ ଏବଂ ଭୁବନେଶ୍ୱର ସୁନ୍ଦରସ୍ୱାସ୍ଥ୍ୟ ସଂଘର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ବ୍ରହ୍ମେଶ୍ୱର ଛକ ପୂଜା ମଣ୍ଡପ ନିକଟରେ ପଞ୍ଚମ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ ବ୍ରହ୍ମେଶ୍ୱର କୁମାର-୨୦୧୭’ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ବ୍ୟାୟାମଶାଳା ଏବଂ କ୍ଲବର ବଛା ବଛା ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ହେଲ୍ଥ କ୍ଲବର ସଂଗ୍ରାମ ରାଉତ ଶ୍ରେଷ୍ଠ ବିବେଚିତ ହୋଇ ‘ବ୍ରହ୍ମେଶ୍ୱର କୁମାର-୨୦୧୭’ ଉପାଧୀ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୁଷାର ଜିମ୍‌ର ସିଦ୍ଧାନ୍ତ ରାଉତରାୟ, ବିଏମ୍‌ସି ଜିମ୍‌ ବରଗଡ଼ର ସନ୍ତୋଷ ନାଥ, ଏନ୍‌ଜି ଜିମ୍‌ର ସତ୍ୟବ୍ରତ ମହାନ୍ତି, ଏଲ୍‌ଭର ଜିମ୍‌ର ଶକ୍ତିବ୍ରତ ନାୟକ, ଶେଖ୍‌ ସୋଏବ ଅଲ୍ଲୀ, ତୁଷାର ଜିମ୍‌ର ବସନ୍ତ ଆଲୋକ, ଭୁବନେଶ୍ୱର ହେଲ୍ଥ କ୍ଲବର ନାରାୟଣ ପରିଡ଼ା, ରୟାଲ ଫିଜିକାଲ ଜିମ୍‌ର ସଂଜୀତ ରାଉତ ଏବଂ ଡିପି ଜିମ୍‌ର ଜୀତେନ୍ଦ୍ର ଜେନା ଦ୍ୱିତୀୟରୁ ଦଶମ ସ୍ଥାନ ପାଇଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ସଭାପତି ଗୋଲକ ଦାସ, ସଂପାଦକ ସୁଶାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ସିଲନ ଦାସ, ଆୟୋଜନ ସଂପାଦକ ଆଶିଷ ରାଉତ, ସ୍ଥାନୀୟ କର୍ପୋରେଟର ପୁଷ୍ପା ଦାସ ପ୍ରମୁଖ ଅତିଥି ଥିଲେ। ପ୍ରତିଯୋଗିତାରେ ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଚିତ୍ତ ରଂଜନ ସ୍ୱାଇଁ, ସଂପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସଂପାଦକ ପ୍ରଫୁଲ୍ଲ ଗୁରୁ, ସୁରେନ୍ଦ୍ର ନାଥ ଗୌଡ଼, ରାଜକିଶୋର ମଲ୍ଲ, ଦିବାକର ପ୍ରହରାଜ, ବିନୋଦ ମହାରଣା, ବିବେକାନନ୍ଦ ବାରିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର