ଚଣ୍ଡିଖୋଲ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ଚଣାରେ ବହୁ ଉଚ୍ଚଶିକ୍ଷିତ ପ୍ରାର୍ଥୀ ବିଭିନ୍ନ ପଦପଦବି ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ବ୍ଲକ୍‌ ଅନ୍ତର୍ଗତ ସିହା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଏମ୍ଏ ପଢୁଆ ବୋହୂ ସୁଶ୍ରୀ ସଙ୍ଗୀତା ମିଶ୍ର ନିର୍ବାଚନ ଲଢ଼ୁଛନ୍ତି। ସେ ହେଉଛନ୍ତି ବ୍ଲକ୍‌ ଯୁବ ବିଜେଡି ସମ୍ପାଦକ ଦିଲୀପ କୁମାର ନାୟକଙ୍କ ପତ୍ନୀ। ଏହା ପୂର୍ବରୁ ତାଙ୍କ ଶାଶୂ ରେଣୁବାଳା ନାୟକ ଏହି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଶାଶୂଙ୍କ ପଥ ଅନୁସରଣ କରି ସୁଶ୍ରୀ ସଂଗୀତା ପ୍ରାର୍ଥୀ ହୋଇଛନ୍ତି। ସେ ବିଜୟୀ ହେଲେ ସିହା ପଞ୍ଚାୟତର ବହୁବିଧ ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ତାଙ୍କର ନିର୍ବାଚନୀ ଚିହ୍ନ ହେଉଛି ମାଛ।

Advertisment

ଚଳିତ ନିର୍ବାଚନରେ ତାଙ୍କୁ ବିଜୟୀ କରିବାକୁ ସେ ୨୦ ଟି ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ୬ ହଜାର ଭୋଟର ଭାଇ ଭଉଣୀଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ପ୍ରାର୍ଥୀ ଶ୍ରୀମତୀ ମିଶ୍ର ଓ ସମିତିସଭ୍ୟା ପ୍ରାର୍ଥିନୀ ନମିତା ସାହୁ ଏହି ପଞ୍ଚାୟତର ଗୋଡ଼ିମାଗୁରା ଗ୍ରାମର ସମସ୍ତ ୱାର୍ଡ ବୁଲି ଭୋଟ ପ୍ରଚାର କରିଥିଲେ। ତାଙ୍କ ସହ ଶାଶୁ ତଥା ପୂର୍ବତନ ସରପଞ୍ଚ ରେଣୁବାଳା ନାୟକ, ସରପଞ୍ଚ ଖଗେଶ୍ୱର ସେଠୀ, ୱାର୍ଡ ସଭ୍ୟା ସଂଗୀତା ଦେହୁରୀ, ମହେଶ୍ୱର ଦେହୁରୀ, ଦେବେନ୍ଦ୍ର ସାହୁ, ଜଟାଧାରୀ ବାହାଲିଆ, ନବକିଶୋର ବାହାଲିଆ ଓ ରବୀନ୍ଦ୍ର ବଳ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।